Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମେସିନରେ ଚାପି ହୋଇ ଶିଶୁ ମୃତ

    Share on :
    Date: Dec 7, 2018    Views: 45

    ଝାରସୁଗୁଡ଼ା: ମେସିନରେ ଚାପି ହୋଇ ଜଣେ ୪ ବର୍ଷର ଶିଶୁର ମୃତୁ୍ୟ ହୋଇଛି । ଝାରସୁଗଡ଼ା ଜିଲ୍ଲା ଲଖନପୁର ବ୍ଲକ ତିଲିଆ ପଞ୍ଚାୟତର ବରଙ୍ଗାମାଲ ଗ୍ରାମରେ ଏହି ଅଘଟଣ ଘଟିଛି । ଗ୍ରାମର କିଶୋର ଚନ୍ଦ୍ର ଭୋଇ ନିଜ ଖଳାରେ ଶୁକ୍ରବାର ସକାଳେ ଥ୍ରେସର ମେସିନରେ ବେଙ୍ଗଳା ପକାଉଥିଲେ ।

    ଏହି ସମୟରେ ତାଙ୍କ ପୁଅ ସୌମ୍ୟରଞ୍ଜନ ଭୋଇ ମେସିନ ପାଖକୁ ପଳାଇଯାଇଥିଲା । ମେସିନରେ ସେ ଚାପି ହୋଇ ଯିବାରୁ ତାକୁ ଗୁରୁତର ଅବସ୍ଥାରେ ବେଲପାହାଡ଼ସ୍ଥିତ ଟିଆରଏଲ କ୍ରୋସାକି ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook