Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚାଲିଛି ବିଜାତଳା ୩୨ ନମ୍ବର ଜିଲ୍ଲାପରିଷଦ ଭୋଟ ଗଣତି

    Share on :
    Date: Dec 7, 2018    Views: 331

    ଭୁବନେଶ୍ୱର : ଗୁରୁବାର ବିଜାତଳା ବ୍ଲକର ୩୨ ନମ୍ବର ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ଶେଷ ହୋଇଥିବାବେଳେ ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି  ।  ପ୍ରାରମ୍ଭିକ ଗଣତିରେ ବିଜେଡ଼ି ସାମାନ୍ୟ ଆଗୁଆ ଥିବା ଜାଣିବାକୁ ମିଳିଛି  ।

    ଗୁରୁବାର ଏହି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗ୍ରହଣ ହୋଇଥିଲା  । ଜୋନ ଅନ୍ତର୍ଗତ ୫ ପଂଚାୟତର ୨୩୧୧୯ ଭୋଟରଙ୍କ ମଧ୍ୟରୁ ୧୭୭୭୯ ଜଣ ଭୋଟ ଦେଇଛନ୍ତି  । ଏାଂରେ ହାରାହାରି ୭୭% ମତଦାନ ହୋଇଛି  । ପ୍ରତ୍ୟେକ ବୁଥରେ ବିଜେଡ଼ି, ବିଜେପି ଓ ଜେଏମଏମ ମଧ୍ୟରେ କଡ଼ା ଟକ୍କର ହେବବୋଲି ଆଶା କରାଯାଉଛି  । ପୂର୍ବରୁ ଏହି ଜିଲ୍ଲା ପରିଷଦ ଆସନଟି ବିଜେପି ହାତରେ ରହିଥିଲା  । ବିଜେପିର ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତୁ୍ୟ ଯୋଗୁଁ ଉପନିର୍ବାଚନ ହେଉଛି  । ଉପନିର୍ବାଚନକୁ ସବୁ ଦଳ ବେଶ ଗୁରୁତର ସହ ଗ୍ରହଣ କରିଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook