Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅପରାଜିତାଙ୍କ ପଛରେ ଗୁଇନ୍ଦା ! ୨୪ରେ ସ୍ପଷ୍ଟ ହେବ ତାଙ୍କର କେତେ ଦମ୍ ?

    Share on :
    Date: Dec 6, 2018    Views: 5926

    ଭୁବନେଶ୍ୱର : ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗଦେବା ସମୟରୁ ହିଁ ରାଜ୍ୟ ରାଜନୀତିରେ ଭିନ୍ନ ଏକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଏହି ଚର୍ଚ୍ଚାଟି ବିଜେଡ଼ି ଓ କଂଗ୍ରେସ ଶିବିରରେ ଯେତିକି ଆଲୋଡ଼ନ ସୃଷ୍ଟି କରିନାହିଁ ବିଜେପି ଶିବିରକୁ ତତୋଧିକ ଆନେ୍ଦାଳିତ କରିଛି  । ଏମିତିକି ଅନେକ ବିଜେପି ନେତା ଓ କର୍ମୀଙ୍କ ମନରେ ଅପରାଜିତା ହ୍ୟାଙ୍ଗ ଓଭର ଏବେବି ରହିଥିବା କୁହାଯାଉଛି  । କିଏ ହେବେ ରାଜ୍ୟ ବିଜେପିର ଫେସ ? କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ପ୍ରାର୍ଥୀ ଚୟନରୁ ନେଇ ନିର୍ବାଚନୀ ରଣନୀତି ପର୍ଯ୍ୟନ୍ତ କାହାର ରହିବ ଦବଦବା ? ଭଳି ଅନେକ ଅନୁତରିତ ପ୍ରଶ୍ନ ବୁଢ଼ିଆଣୀ ଜାଲ ଭଳି ବିଜେପିକୁ ଛନ୍ଦି ଦେଇଛି  । ତେବେ ଏସବୁର ଉତର ଆସନ୍ତା ୨୪ରେ ହିଁ ମିଳିବ ବୋଲି ରାଜନୀତିକ ପର୍ଯ୍ୟବେକ୍ଷକମାନେ ମତପୋଷଣ କରନ୍ତି  । 

    ଅପରପକ୍ଷରେ ଅପରାଜିତାଙ୍କୁ ବିଜେପିର କେଉଁ ନେତା ଭେଟୁଛନ୍ତି, ତାଙ୍କ ସହ କେତେ ସମୟ ଆଲୋଚନା କରୁଛନ୍ତି, ଆଲୋଚନାର ପ୍ରସଙ୍ଗ କ’ଣ ରହିଛି ତାହା ଜାଣିବା ପାଇଁ ବିଜେପିର ଏକ କୋଟରୀ ଗୁଇନ୍ଦା ଲଗାଇଥିବା  ଚର୍ଚ୍ଚା ହେଉଛି  । ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ଏହି ଖବରକୁ ନେଇ ବେଶ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରଥମାଷ୍ଟମୀ ସଂଧ୍ୟାରେ ଅପରାଜିତାଙ୍କୁ ଫୁଲତୋଡ଼ା ଦେବାକୁ ତାଙ୍କ ଏନ/୩ ଆଇଆରସି ଭିଲେଜ ବାସଭବନକୁ ଯାଇଥିବା କିଛି ଯୁବନେତା ନିର୍ଦ୍ଧିଷ୍ଟ ଘଟଣାରେ ହତବାକ ହୋଇଥିଲେ  । ତାଙ୍କ ବାସଭବନର ଅନତିଦୂରରେ ଥିବା ଏକ ଗଛଛାଇ ତଳ ଅନ୍ଧାରୁଆ ସ୍ଥାନରେ ଅଟକିଥିବା ଗାଡ଼ିରେ ଥିଲେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଭାବଶାଳୀ ପିଏ  । କେଉଁମାନେ ତାଙ୍କୁ ଭେଟୁଛନ୍ତି ତାହା ଜଣାଇବାକୁ ହୁଏତ ପିଏଙ୍କର ଏହି ଅନ୍ଧାରିବିଜେ  । ତେବେ ଏକଥା ତତକ୍ଷଣାତ ଅପରାଜିତାଙ୍କ କାନରେ ପହଁଚିଥିଲା  । ଏହାକୁ ତାଚ୍ଛଲ୍ୟ କରି ସେ ଆଗନ୍ତୁକ ଯୁବ କର୍ମୀମାନଙ୍କୁ କହିଥିଲେ, ‘ଆଇ ଆମ୍ ଅଣ୍ଡର ସ୍କାନର, ଲେଟ୍ ଦେମ ଡୁ ହ୍ୱାଟ ଦେ ୱାଂଟ’  । ଯାହାର ସତ୍ୟାସତ୍ୟ କେତେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ବିଜେପି ରାଜନୀତିକୁ ଆନେ୍ଦାଳିତ କରିଛି  ।

    ଅପରପକ୍ଷରେ ଜୁଏଲ ଓରାମ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କହିଥିବାବେଳେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରତାପ ଷଡ଼ଙ୍ଗୀ  । ସେ ସିଧାସିଧା କହିଛନ୍ତିଯେ, ଜୁଏଲ ଯାହା କହିଲେ ବୋଧେ ତାଙ୍କୁ କିଏ କେନ୍ଦ୍ରରୁ କହିଥିବେ  । ମୁଁ ଜୁଏଲଙ୍କ ବ୍ୟକ୍ତିଗତ ସଚିବ ନୁହେଁ, ମୁଁ କେମିତି ଜାଣିବି  । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ସଂସଦୀୟ ବୋଡର଼୍ ହିଁ ନିଷ୍ପତି ନେବ  । ବିଜେଡ଼ି ଭଳି ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମରୁଡ଼ି ନାହିଁ  । କାହା ନାମ ସେ ନେବାକୁ ଚାହାନ୍ତି ନାହିଁ ବୋଲି ପ୍ରତାପ କହିଛନ୍ତି  ।

    ତେବେ ଆସନ୍ତା ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା ଆସୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଅରୁଣ ସିଂହ  । ନିଶ୍ଚିତକୋଇଲିରେ ଆୟୋଜିତ ପଦଯାତ୍ରା ଅବସରରେ ସେ ଏହା କହିଛନ୍ତି  । ଯଦି ମୋଦି ୨୪ରେ ଆସନ୍ତି ତେବେ ମଂଚରୁ ହିଁ ଅପରାଜିତାଙ୍କ ପାୱାର ଜଣାପଡ଼ିଯିବ  । ଯଦି ମଂଚର ଆଗଧାଡ଼ିରେ ସେ ବସନ୍ତି ତେବେ ଅପରାଜିତାଙ୍କୁ ନେଇ ହେଉଥିବା ଚର୍ଚ୍ଚା ଆହୁରି ଦୃଢ଼ୀଭୂତ ହେବ  । ଅପରାଜିତା ଏବେ ବିଜେପିର କୌଣସି ପଦପଦବୀରେ ନାହାନ୍ତି  । ଅର୍ଥାତ ସେ ଏବେ ଦଳର ଜଣେ ସାଧାରଣ କର୍ମୀ  । ସାଧାରଣ କର୍ମୀଙ୍କୁ ମଂଚର ଆଗଧାଡ଼ିରେ ସିଟ ମିଳେନାହିଁ  । କିନ୍ତୁ ଅପରାଜିତାଙ୍କୁ ଯଦି ମୋଦିଜୀ ରାଜନୀତିକୁ ଆଣିଥିବେ ତେବେ ତାଙ୍କ ପରାମର୍ଶକ୍ରମେ ଅପରାଜିତାଙ୍କୁ ଆଗ ଧାଡ଼ିରେ ସିଟ ମିଳିବାର ସମ୍ଭାବନା ରହିଛି  । ଯଦି ସେଭଳି ହୁଏ ତାହା ବିଜେପି ରାଜନୀତିକୁ ଆଉ ଏକ ବାର୍ତା ଦେବ  । କିନ୍ତୁ ସେଭଳି ଯଦି ନହୁଏ, ଅନ୍ୟ ନେତାଙ୍କ ଭଳି ଅପରାଜିତାଙ୍କୁ ଯଦି ପଛ ଆସନରେ ସ୍ଥାନ ମିଳେ ତେବେ ଧର୍ମେନ୍ଦ୍ର ହିଁ ରାଜ୍ୟ ବିଜେପିର ପାୱାରଫୁଲ ମ୍ୟାନ ବୋଲି ବାର୍ତା ଯିବା ନିଶ୍ଚିତ  ।

    Maximum 500 characters

    ରାଜନୀତି View all

    Find Us on Facebook