Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମହିଳା ସଂରକ୍ଷଣ ବିଲ ପ୍ରସଙ୍ଗ: ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

    Share on :
    Date: Dec 6, 2018    Views: 113

    ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପାଦେ ଆଗେଇଛନ୍ତି । ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସମର୍ଥନ ଲୋଡ଼ିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଚିଠି ଲେଖିଛନ୍ତି । 

    ପ୍ରକାଶ ଯେ, ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ଏକତୃତୀୟାଂଶ ଆସନ ସଂରକ୍ଷଣ ନେଇ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଗତ ୫ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ । ଏଥିସହ ସଂସଦରେ ବିଲ ପାରିତ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ନବୀନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ଏହି ନିଷ୍ପତ୍ତି ନିଆଗଲେ ତାହା ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ନବୀନ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ । 

    ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ ଯେ, ମହିଳା ସଶକ୍ତିକରଣ ଦିଗରେ ଅନେକ ପଦକ୍ଷେପ ନେବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ୯୦ ଦଶକରେ ଅଦ୍ୟ ଭାଗରେ ଦେଶରେ ପ୍ରଥମ ଥର ବିଜୁ ପଟ୍ଟନାୟକ ପଞ୍ଚାୟତ ଓ  ପୌରପରିଷଦରେ ମହିଳାମାନଙ୍କୁ ଏକତୃତୀୟାଂଶ ଆସନ ସଂରକ୍ଷଣ ପ୍ରଦାନ କରିଥିଲେ । ଏହାଛଡ଼ା ଉଭୟ ପୁୁରୁଷ ଓ ମହିଳାଙ୍କ ପାଇଁ ସମାନ ଜରୁରୀ ବ୍ୟବସ୍ଥା ମଧ୍ୟ ଲାଗୁ କରିଥିଲେ । ୨୦୧୧ରେ ଓଡ଼ିଶା ସରକାର ପଞ୍ଚାୟତ ଓ ପୌରପରିଷଦରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବୃଦ୍ଧି କରିଥିଲେ ବୋଲି ନବୀନ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ । 

    Read more

    ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ନବୀନ

    ଭୁବନେଶ୍ୱର: ଚଳିତ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ପରିମାଣରେ ବିଜୟ ଲାଭ କରିଛି । ଦଳ ୧୧୨ଟି ଆସନରେ ବିଜୟ ଲାଭ କରିଛି । ସେହିଭଳି ଲୋକସଭାରେ ମଧ୍ୟ ବିଜେଡି ୧୨ଟି ଆସନ ହାତେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ୫ଥର ପାଇଁ ...

    Read more

    ବିଜେପି ନେତାଙ୍କ ପାଇଁ ଓଡ଼ିଶା ହକ ପାଉନି: ନବୀନ

    ଭୁବନେଶ୍ୱର: ବିଜେପି ନେତାଙ୍କ ପାଇଁ ଓଡ଼ିଶା ତା’ର ହକ ପାଇବାରୁ ବଞ୍ଚିତ ହୋିଛି । ଢେଙ୍କାନାଳ ନିର୍ବାଚନୀ ସଭାରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ନେତାଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ୫ ମିନିଟର ...

    Read more

    କାହାକୁ କେଉଁ ଦାୟିତ୍ୱ ଦେଲେ ନବୀନ

    ଭୁବନେଶ୍ୱର: ବିଜେଡି ସୁମ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଫୁଲ୍ଲ ଘଡ଼ାଇଙ୍କୁ ଖୋର୍ଦ୍ଧା, ରଣପୁର ଓ ଚିଲିକା ନିର୍ବାଚନମଣ୍ଡଳୀ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତ କରିଛନ୍ତି ।

    ସେହିପରି ହିନେ୍ଦାଳ ପାଇଁ ରବିନାରାୟଣ ନନ୍ଦଙ୍କୁ ...

    Maximum 500 characters

    ରାଜନୀତି View all

    Find Us on Facebook