Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସରିଲା ବିଜାତଳା ଭୋଟିଂ, କାଲି ଗଣତି

    Share on :
    Date: Dec 6, 2018    Views: 283

    ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ୩୨ ନମ୍ବର ଜୋନର ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ଶେଷ ହୋଇଛି ଭୋଟ ଗ୍ରହଣ ପ୍ରକ୍ରିୟା । ତେବେ ୬୦ ପ୍ରତିଶତରୁ ଅଧିକ ମତ ଦାନ ହୋଇଥିବା ଜଣାଯାଇଛି ।  ଆସନ୍ତାକାଲି ଭୋଟ ଗଣତି ହେବାକୁ ଥିବାବେଳେ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । 

    ପ୍ରକାଶ ଯେ, ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ସଦସ୍ୟ ଛୋଟରାୟ ମାରାଣ୍ଡିଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ହୋଇଛି । ଆଉ ଏହି ଉପନିର୍ବାଚନରେ ଜିତିବା ପାଇଁ ଶାସକ ଓ ବିରୋଧୀ ନିଜର ପୁରା ଦମ ଲଗାଇଛନ୍ତି ।

    ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମୟୁରଭଞ୍ଜରେ ଉଭୟ ଶାସକ ଓ ବିରୋଧୀଙ୍କ ପାରିବା ପଣିଆ ଉପରେ ମଧ୍ୟ ଏହି ନିର୍ବାଚନ ଫଳାଫଳରୁ ଦେଖିବାକୁ ମିଳିବ । ଏହି ଜିଲ୍ଲା ପରିଷଦ ଜୋନରେ ୨୦୧୭ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଛୋଟରାୟ ମାରାଣ୍ଡିଙ୍କୁ ୬୯୨୦ଟି, ଜେଏମଏମ ପ୍ରାର୍ଥୀଙ୍କୁ ୫୧୭୪ଟି, ବିଜେଡି ପ୍ରାର୍ଥୀଙ୍କୁ ୩୨୨୧ଟି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ୩୨୧ଟି ଭୋଟ ମିଳିଥିଲା । ତେବେ ଆଜିର ଭୋଟ ଗ୍ରହଣ ଶେଷ ପରେ ଆସନ୍ତାକାଲି ଭୋଟ ଗଣତି ହେବାକୁ ଥିବାବେଳେ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook