Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶା ଆସୁଛନ୍ତି ମୋଦି ଓ ରାହୁଲ

    Share on :
    Date: Dec 6, 2018    Views: 613

    ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । 

    ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଖୋର୍ଦ୍ଧା ଆସିବାର କାର୍ଯ୍ୟକ୍ରମ ରହିଛି । ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା ଏକ ବିଶାଳ ସମାବେଶରେ ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ନିଶ୍ଚିନ୍ତକୋଇଲିରେ ଅନୁଷ୍ଠିତ ଜନ ସମ୍ପର୍କ ପଦଯାତ୍ରାରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ।

    ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଆସୁଛନ୍ତି । ଡିସେମ୍ବର ଶେଷ ସପ୍ତାହରେ ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଗସ୍ତ ସମୟରେ ଓଡ଼ିଶାରେ ୨ ଦିନ ରହିବେ ରାହୁଲ ଗାନ୍ଧୀ । ଡିସେମ୍ବର ୨୨, ୨୩ କିମ୍ବା ୨୭, ୨୮ରେ ରାହୁଲ ଓଡ଼ିଶା ଆସିପାରନ୍ତି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ରାହୁଲ ବିଭିନ୍ନ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ । 

    ତେବେ ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟକୁ ନେତାଙ୍କ ଆଗମନ ବିଭିନ୍ନ ଦିଗକୁ  ଇସାରା  କରୁଛି । ଏବେ ଠାରୁ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି । ଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ନେତାମାନେ ବିଭିନ୍ନ ରାଜ୍ୟକୁ ଯାଇ ଲୋକଙ୍କୁ ନିଜ ଆଡ଼କୁ ଢଳାଇବା ପାଇଁ ଚେଷ୍ଟା କରୁଛନ୍ତି ।  

    Maximum 500 characters

    ରାଜନୀତି View all

    Find Us on Facebook