Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଘାଟିରୁ ଖସିଲା ଟ୍ରକ, ଜଣେ ମୃତ

    Share on :
    Date: Dec 6, 2018    Views: 107

    ଜୟପୁର: ରାୟଗଡ଼ାରୁ ମାଲକାନଗିରି ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ କୋରାପୁଟ ବୈପାରିଗୁଡ଼ା ଥାନା ମନ୍ତ୍ରୀଆମ୍ବ ଗାଁ ନିକଟ ଘାଟିରୁ ତଳକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ଚୁନ ତଳେ ପୋତି ହୋଇ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଥିବାବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । 

    ପ୍ରକାଶ ଯେ, ରାୟଗଡ଼ାରୁ ଚୁନ ବୋଝେଇ କରି ଏକ ଟ୍ରକ ମାଲକାନଗିରି ଯାଉଥିବାବେଳେ ଗତକାଲି ରାତି ପ୍ରାୟ ୩ଟା ବେଳେ କୋରାପୁଟ ବୈପାରୀଗୁଡ଼ି ଥାନା ମନ୍ତ୍ରୀଆମ୍ବ ଗାଁ ନିକଟ ଘାଟିରୁ ତଳକୁ ଖସିପଡ଼ିଥିଲା । ଫଳରେ ଟ୍ରକରେ ଥିବା ୫ଜଣ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଚୁନ ତଳେ ପୋତି ହୋଇଯାଇଥିଲେ । ଏନେଇ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ତେବେ ଉଦ୍ଧାର ବେଳକୁ ଜଣେ ଶ୍ରମିକଙ୍କର ମୃତୁ୍ୟ ଘଟିଥିବାବେଳେ ଅନ୍ୟ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

    Read more

    ଟ୍ରକ ତଳେ ଚାପି ହୋଇ ହେଲପର ମୃତ

    ବଣାଇ: ବଣାଇ ଉପଖଣ୍ଡ ତିକାୟାପଲୀ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର କଷଡ଼ା ଠାରେ ଏକ କାଠ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ରବିବାର ଏହି ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାଠ ବୋଝେଇ ଟ୍ରକର ହେଲପର ଟ୍ରକ ତଳେ ଚାପି ହୋଇଯିବାରୁ ତାଙ୍କର ମୃତୁ୍ୟ ...

    Read more

    ଘାଟିରୁ ଖସିଲା ଟ୍ରକ, ୨ ଗୁରୁତର

    ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ତମ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଦ୍ୱାରଶୁଣି ଘାଟିରେ ସୋମବାର ସକାଳେ ଏକ ଟ୍ରକ ଘାଟି ଉପରକୁ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଟ୍ରକ ଧକ୍କା ହୋଇ ୫୦ ଫୁଟ ତଳକୁ ଖସି ପଡ଼ିଛି । ଘାଟି ...

    Read more

    ନାଳକୁ ଖସିଲା ଟ୍ରକ

    ଯାଜପୁର: ଚଣ୍ଡିଖୋଲ-ଡୁବୁରି ରାସ୍ତାର ବ୍ରାହ୍ମଣୀ ସେତୁ ନିକଟ କୁଣ୍ଡିନାଳ ପୋଲ ତଳକୁ ଏକ ୧୦ ଚକିଆ ଟ୍ରକ ଖସି ପଡ଼ିଛି । ଫଳରେ ଏହାର ଚାଳକ ଗୁରୁତର ଆହତ ହୋଇଥିବାବେଳେ  ସେ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଚାଳକ ଜଣକ ହେଉଛନ୍ତି ତ୍ରିଲେଶ୍ୱର ...

    Maximum 500 characters

    ଆଂଚଳିକ View all

    Find Us on Facebook