Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବିଚ୍ଛିନାଞ୍ଚଳରେ ମାଓ ପୋଷ୍ଟର

    Share on :
    Date: Dec 6, 2018    Views: 51

    ମାଲକାନଗିରି: ଗୁରୁବାର ସିପିଆଇ ମାଓବାଦୀ ସଙ୍ଗଠନ ପକ୍ଷରୁ ବିଚ୍ଛିନାଞ୍ଚଳରେ ମାଓ ପୋଷ୍ଟର ଲଗାଯାଇଛି । ମାଲକାନଗିରି ଜିଲ୍ଲାରେ ଦୁର୍ବଳ ହୋଇଥିବା ନକ୍ସଲ ସଙ୍ଗଠନକୁ ପୁଣି ଥରେ ସକ୍ରିୟ କରିବାକୁ ଲାଲବାହିନୀ ଉଦ୍ୟମ ଆରମ୍ଭ କରିଛି । ବର୍ତ୍ତମାନ ମାଓବାଦୀମାନେ ପିଏଲଜିଏ ସପ୍ତାହ ପାଳନ କରୁଥିବାବେଳେ ପୋଷ୍ଟରରେ ମଧ୍ୟ ପିଏଲଜିଏ ପାଳନ କରିବା ପାଇଁ କୁହାଯାଇଛି ।

    ଏଥିସହିତ ଆଦିବାସୀ ଯୁବକ ଯୁବତୀଙ୍କୁ ନକ୍ସଲ ସଙ୍ଗଠନରେ ସାମିଲ ହେବା ପାଇଁ ଲାଲବାହିନୀ ଆହ୍ୱାନ କରିଛି । ଏଡାଛଡ଼ା ବିଗତ ଦିନରେ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ମାଓ କମ୍ରେଡଙ୍କ ପ୍ରତିଶୋଧ ନେବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook