Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହାଇଦ୍ରାବାଦର ନାମ ହେବ ଭାଗ୍ୟନଗର: ଯୋଗୀ ଆଦିତ୍ୟନାଥ

    Share on :
    Date: Dec 6, 2018    Views: 121

    ହାଇଦ୍ରାବାଦ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଯୋଗୀ ବିଜେପି ସପକ୍ଷରେ ମତଦାନ କରିବାକୁ ଅପିଲ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାମ ପରିବର୍ତ୍ତନ କରାଯାଇ ଭାଗ୍ୟନଗର ରଖାଯିବ । ସେହିପରି କରିମନଗର ନାମ ପରିବର୍ତ୍ତନ କରାଯାଇ କରିପୁରମ ରଖାଯିବ ।

    ତେଲେଙ୍ଗାନା ଲୋକଙ୍କୁ ସମ୍ମାନ ଜଣାଇ ବିଜେପି କରିମନଗରର ନାମ ପରିବର୍ତ୍ତନ କରିବ ବୋଲି କରିମନଗରରେ ଆୟୋଜିତ ଏକ ରାଲିରେ ଯୋଗୀ ଆଦିତ୍ୟନାଥ କହିଛନ୍ତି । ସେହିପରି ନିଜମାବାଦ ଜିଲ୍ଲାର ବୋଧନ ସହରରେ ଅନୁଷ୍ଠିତ ଅନ୍ୟ ଏକ ରାଲିରେ ଯୋଗୀ ଯୋଗଦେଇ ହାଇଦ୍ରାବାଦର ନାମ ଭାଗ୍ୟନଗର ରଖାଯିବ ବୋଲି କହିଛନ୍ତି । ଉତ୍ତରପ୍ରଦେଶରେ ଫୈଜାବାଦ ନାମ ପରିବର୍ତ୍ତନ କରାଯାଇ ଅଯୋଧ୍ୟା ଓ ଆହ୍ଲାବାଦକୁ ପ୍ରୟାଗରାଜ କରାଯାଇଥିବା କଥା ମଧ୍ୟ ଯୋଗୀ କହିଥିଲେ । ଏଠାରେ ଉଲ୍ଲେଖ ଯେ, ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ଅନେକ ଐତିହାସିକ ସ୍ଥାନଗୁଡ଼ିକର ନାମ ପରିବର୍ତ୍ତନ କରାଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook