Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡ଼ିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ପାଇକ

    Share on :
    Date: Dec 6, 2018    Views: 771

    ଭୁବନେଶ୍ୱର : କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି  । ନବୀନ ନିବାସରେ ସେ ବିଧିବଦ୍ଧ ଭାବେ ଶଙ୍ଖ ଫୁଙ୍କିଛନ୍ତି  । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରିବା ସହ ରାୟଗଡ଼ାରେ ଦଳ ଆହୁରି ମଜବୁତ ହେବବୋଲି ଆଶା ପ୍ରକାଶ କରିଛନ୍ତି  ।

    ଚକ୍ରଧର ପାଇକ ଦୁଇଥର ବିଧାୟକ ହୋଇଥିଲେ  । ୧୯୭୪ରୁ ୧୯୭୭ ପର୍ଯ୍ୟନ୍ତ ସେ ଉକôଳ କଂଗ୍ରେସରୁ ରାମଗିରି ବିଧାୟକ ଥିବାବେଳେ ୨୦୦୯ରେ ସେ ମୋହନାର ବିଧାୟକ ଥିଲେ  । ମୋହନା ଆସନରେ ପୂର୍ବରୁ ସୂର୍ଯ୍ୟ ନାରାୟଣ ପାତ୍ର ଲଗାତର ୪ ଥର ବିଜୟୀ ହୋଇଥିଲେ ମଧ୍ୟ ୨୦୦୯ରୁ ସେହି ଆସନଟି ସଂରକ୍ଷିତ ହୋଇଯାଇଛି  । ଅପରପକ୍ଷରେ ୨୦୧୪ରେ ଚକ୍ରଧର ପାଇକଙ୍କୁ କଂଗ୍ରେସ ଟିକେଟ ନଦେବାରୁ ସେ ସ୍ୱାଧୀନ ଭାବେ ଲଢ଼ି ୫ ହଜାରରୁ ଉଦ୍ଧ୍ୱର୍ ଭୋଟ ପାଇଥିଲେ  । ଫଳରେ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗୋ ପରାସ୍ତ ହୋଇଥିଲେ  । ଏବେ ମୋହନାର ବିଧାୟିକା ଅଛନ୍ତି ବିଜେଡ଼ି ନେତ୍ରୀ ବାସନ୍ତୀ ମଲ୍ଲିକ  । 

    Maximum 500 characters

    ରାଜନୀତି View all

    Find Us on Facebook