Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୨ ଦଳ ସହ ଆଲୋଚନା କରିବ ବିଜେଡ଼ି

    Share on :
    Date: Dec 5, 2018    Views: 3156

    ଭୁବନେଶ୍ୱର : ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ଅଭିଯାନକୁ ଜୋର କରିଛି ବିଜୁ ଜନତା ଦଳ  । ବିଧାନସଭାରେ ଏନେଇ ସର୍ବସମ୍ମତ ସଂକଳ୍ପ ପାରିତ ହୋଇ ସାରିଥିବାବେଳେ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଦାବିକୁ ଆହୁରି ଜୋରଦାର କରିବା ସହ ସଂସଦରେ କିଭଳି ଏହି ବିଲ ପାରିତ ହେବ ସେନେଇ ବିଜୁ ଜନତା ଦଳ ଆଉ ପାଦେ ଆଗେଇଛି  । ଦେଶର ୨୨ ରାଜନୈତିକ ଦଳ ସହ ଏନେଇ ବିଜେଡ଼ି ଆଲୋଚନା କରି ସହମତି ହାସଲ ନିମନ୍ତେ ପ୍ରୟାସ ଆରମ୍ଭ କରିବ  ।

    ଆଜି ନବୀନ ନିବାସରେ ବିଜୁ ଜନତା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା  । ବୈଠକରେ ଦଳର ଉପସଭାପତି ଓ ସାଧାରଣ ସମ୍ପାଦକମାନେ ଯୋଗ ଦେଇଥିଲେ  । ବୈଠକ ପରେ ବିଜେଡ଼ି ପକ୍ଷରୁ କୁହାଯାଇଛିଯେ, ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ବିଲ ପାରିତ ପାଇଁ ବିଜେଡ଼ି ଉଦ୍ୟମ କରିବ  । ଦଳର ନେତାମାନେ ୨୨ ରାଜନୈତିକ ଦଳ ସହ ଆଲୋଚନା କରିବେ  । ୭ ଜାତୀୟ ଦଳ ଓ ୧୫ ଆଂଚଳିକ ଦଳ ସହ ଆଲୋଚନା କରାଯିବ  । ବିଜେପି ନେତାମାନଙ୍କ ସହ ବିଜେଡ଼ିର ୩ ସାଂସଦ ଓ ଜଣେ ବିଧାୟକ ଆଲୋଚନା କରିବେ  । ସେହିପରି କଂଗ୍ରେସ ନେତାମାନଙ୍କ ସହ ମଧ୍ୟ ବିଜେଡ଼ିର ୩ ସାଂସଦ ଓ ଜଣେ ବିଧାୟକ ଆଲୋଚନା କରିବାକୁ ଦଳ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି  । ତେବେ କେଉଁ ନେତା କେଉଁ ଦଳ ସହ ଆଲୋଚନା କରିବେ ତାହା ସ୍ଥିର କରାଯାଇନାହିଁ  । ଖୁବଶୀଘ୍ର ବିଜେଡ଼ି ନେତାମାନଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ଦାୟିତ୍ୱ ଦେବେବୋଲି ଜାଣିବାକୁ ମିଳିଛି  ।

    Maximum 500 characters

    ରାଜନୀତି View all

    Find Us on Facebook