Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଧର୍ମେନ୍ଦ୍ର ନିଜ ପଦର ପର୍ଯ୍ୟାଦା ଓ ଗରିମା ରକ୍ଷା କରନ୍ତୁ: ସସ୍ମିତ ପାତ୍ର

    Share on :
    Date: Dec 5, 2018    Views: 263

    ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦର ପର୍ଯ୍ୟାଦା ଓ ଗରିମା ରକ୍ଷା କରନ୍ତୁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୃଦ୍ଧ ବ୍ୟାଘ୍ର ସହ ତୁଳନା କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟ ଦେବା ପ୍ରସଙ୍ଗରେ ଶ୍ରୀ ପାତ୍ର ଏହା କହିଛନ୍ତି । 

    ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କରି ଶ୍ରୀ ପାତ୍ର କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀଙ୍କ ଉକ୍ତି ଦୁର୍ଭାଗ୍ୟଜନକ ଓ ନିମ୍ନମାନର । ଧର୍ମେନ୍ଦ୍ର ଯେଉଁ ଅପଶବ୍ଦର ବ୍ୟବହାର କରିଛନ୍ତି, ତାହା ଗ୍ରହଣୀୟ ନୁହେଁ । ଭାରତୀୟ ରାଜନୀତିରେ କେହି ସେଭଳି କହୁନଥିବେ । କେନ୍ଦ୍ର ମନ୍ତ୍ରୀ ଏଭଳି କହି ନିଜର ଖ୍ୟାତି ଓ ଭାବମୂର୍ତ୍ତିକୁ ତଳକୁ ତଳକୁ ନେଉଛନ୍ତି ।  ଓଡ଼ିଶାବାସୀ ମିଠା କଥାରେ ବିଶ୍ୱାସ କରନ୍ତି ଓ  ସେମାନେ ଏହାର ଜବାବ ଦେବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।

    ପ୍ରକାଶ ଯେ, ବିଜେପି ଯୁବ ମୋର୍ଚ୍ଚା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ‘ପିଠା’ ଯୋଜନାକୁ ତାଚ୍ଛଲ୍ୟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ,  ‘ପିଠା’ ନାଁରେ ଏହା ବିଧା ମାରିବା ଯୋଜନା । ଅଧିକାରୀଙ୍କ ଭିତରେ ମାଙ୍କଡ଼ କଳି  ଓ ରାଜସ୍ୱ ଲୁଟର ଏକ ମାଧ୍ୟମ । ସର୍ବନିମ୍ନ ଟେଣ୍ଡର ରାଶି ୫ ଲକ୍ଷ ବୃଦ୍ଧିକୁ ଧର୍ମେନ୍ଦ୍ର ଟାର୍ଗେଟ କରି କହିଥିଲେ ଯେ,  ବର୍ଷକୁ ୧୦ ହଜାର କୋଟି ଲୁଟ ହେଉଥିବାବେଳେ ନବୀନ ଏହାର ମହାନାୟକ । ଏଥିସହ ନବୀନଙ୍କୁ ବୃଦ୍ଧ ବ୍ୟାଘ୍ର ସହ  ତୁଳନା କରି କହିଥିଲେ ଯେ, ଆସନ୍ନ ପରାଜୟ ଜାଣି ସ୍ୱର୍ଣ୍ଣ କଙ୍କଣ ଧରି ନବୀନ ଠିଆ ହୋଇଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook