Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଫେସବୁକ ଲାଇଭରେ ବିଜୟ ମହାପାତ୍ର

    Share on :
    Date: Dec 5, 2018    Views: 739

    ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେବା ପରେ ବିଜୟ ମହାପାତ୍ରଙ୍କ ଆଗାମୀ ରାଜନୈତିକ ଜୀବନ ନେଇ ଆଲୋଚନା ଜୋର ଧରିଛି । କିଏ କହୁଛନ୍ତି ଇସ୍ତଫା ଦେବା ପରେ ଶ୍ରୀ ମହାପାତ୍ର୍ର ଆଗାମୀ ଦିନରେ ବିଜେଡିରେ ଯୋଗଦେଇପାରନ୍ତି ତ କିଏ କହୁଛନ୍ତି ସେ କଂଗ୍ରେସରେ ଯୋଗଦେବେ । ଏପରିକି ସେ ନିଜେ ଏକ ଆଞ୍ଚଳିକ ଦଳ ଗଠନ କରି ରାଜନୀତିରେ ସକ୍ରିୟ ରହିବେ ବୋଲି କେହି କେହି ଚର୍ଚ୍ଚା କରୁଛନ୍ତି । ଏହି ଆଲୋଚନା ଓ ପର୍ଯ୍ୟାଲୋଚନା ଭିତରେ ବୁଧବାର ଶ୍ରୀ ମହାପାତ୍ର ଫେସବୁକ ଲାଇଭ ମାଧ୍ୟମରେ ନିଜର ରାଜନୈତିକ ଦିଗ ନେଇ ମତ ରଖିଛନ୍ତି । ତାଙ୍କ ମତରୁ କିଛି ଆମେ ଏଠାରେ ଉଲ୍ଲେଖ କରୁଛୁ । 

    ଫେସବୁକ ଲାଇଭରେ ସେ ପ୍ରଥମେ ନିଜର ଇସ୍ତଫା ପରେ କେନ୍ଦ୍ରାପଡ଼ା, ପାଟକୁରା ଓ ମହାକାଳପଡ଼ା ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଯେଉଁମାନେ ବିଜେପିରୁ ଇସ୍ତଫା ଦେଇଛନ୍ତି ସେମାନଙ୍କୁ ଶ୍ରୀ ମହାପାତ୍ର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଇସ୍ତଫା ପରେ ତାଙ୍କୁ  ଯେଉଁମାନେ ଟେଲିଫୋନ ଓ ମେସେଜ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ସେମାନଙ୍କୁ ମଧ୍ୟ ଶ୍ରୀ ମହାପାତ୍ର ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।  ଏଥିସହ ସେ କହିଛନ୍ତି ଯେ, ଏହା ଭିତରେ ଦେଖା ହେବାର ସୁଯୋଗ କିଛି ଲୋକଙ୍କ ସହ ମିଳିଛି ଓ ଆଗାମୀ ଦିନରେ ବହୁତ ଲୋକଙ୍କ ସହ ଦେଖା ହେବାର ସୁଯୋଗ ମିଳିବ  । ଏକ ବିଶେଷ ପରିସ୍ଥିିତିରେ ସମସ୍ତେ ଜାଣନ୍ତି ଯେ, ଗତ ୨ ବର୍ଷ ଧରି ଯେଉଁ ଅବସ୍ଥା ଭିତରେ ରହିବା ପାଇଁ ହେଲା ତାକୁ ଦୃଷ୍ଟିରେ ରଖି ଇସ୍ତଫାଦେବା ଛଡ଼ା ଅନ୍ୟ କୌଣସି ରାସ୍ତା ହିଁ ନଥିଲା ।  ଆତ୍ମସମ୍ମାନ, ଆତ୍ମ ମର୍ଯ୍ୟାଦା ଓ ସ୍ୱାଭିମାନକୁ ନେଇ ରାଜନୀତି କରିଥିବା ଯେକୌଣସି ବ୍ୟକ୍ତି ବିଶେଷ କରି ମୋ ଭଳି ବ୍ୟକ୍ତି କୌଣସି ପ୍ରକାର ଅପମାନ ଜନକ ପରିସ୍ଥିତିକୁ ସାମନା କରିବେ ନାହିଁ  । ଏକ ଅପମାନ ଜନକ ଅବସ୍ଥା ସୃଷ୍ଟି କରାଯିବାରୁ  ସେ ଏକ ରାଜନୈତିକ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ।

    ଏହାଛଡ଼ା ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗୋଟିଏ ନିଷ୍ପତ୍ତି ପରେ ସ୍ୱାଭାବିକ ଭାବରେ ଆଗାମୀ ଦିନର ରାଜନୈତିକ କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କ ଆଗ୍ରହ ରହିବ । ଏହା ଭିତରେ ପ୍ରାୟ ୭/୮ଟି ଜିଲ୍ଲାର ରାଜନୈତିକ ବନ୍ଧୁମାନେ ଭେଟିଛନ୍ତି ।  ସମସ୍ତେ ସମସ୍ତଙ୍କ ମନୋଭାବ ଜଣାଇ ସାରିଛନ୍ତି  । ଅଗାମୀ ଦିନରେ ନିଷ୍ପତ୍ତି ଯେତେବେଳେ ହେବ ସେତେବେଳେ ପ୍ରକ୍ରିୟା ଭିତରେ ସମସ୍ତଙ୍କ ମତାମତ ନେଇ ସେ ନିଷ୍ପତ୍ତି ହେବ । ଏ ନିଷ୍ପତ୍ତି ଓଡ଼ିଶା ପାଇଁ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ହେବ । ନିର୍ଣ୍ଣାୟକ ନିଷ୍ପତ୍ତି ନେଲାବେଳେ ଓଡ଼ିଶାର ସାମୁହିକ ପ୍ରଗତି ଓ  ଓଡ଼ିଶାର ସ୍ୱାଭିମାନ ମୁଖ୍ୟ ପ୍ରସଙ୍ଗଭାବେ ରହିବ । ଯାହାକୁ ପୁଞ୍ଜି କରି ରାଜନୈତିକ ଜବୀନ ଆରମ୍ଭ ହୋଇଥିଲା । ମୋର ଇସ୍ତଫା ପରେ ସୃଷ୍ଟ ରାଜନୈତିକ ପରିବର୍ତ୍ତନକୁ ନେଇ ବହୁ ଲୋକ ମୋତେ ସମାଲୋଚନା କରି ମନ୍ତବ୍ୟ ରଖିଛନ୍ତି । ତେବେ କିଛି ବନ୍ଧୁ ପୁରା ଘଟଣାକୁ ହୁଏତ ବୁଝି ନାହାନ୍ତି, ଯେଉଁଥି ପାଇଁ ଏଭଳି ମନ୍ତବ୍ୟ ରଖିଛନ୍ତି । ତେବେ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । କିନ୍ତୁ ରାଜନୀତିରେ ସବୁବେଳେ ଏକ ସ୍ୱଚ୍ଛତା, ଏକ ନୀତି ଓ ଏକ ଆଦର୍ଶକୁ ଭିତ୍ତି କରି ରାଜନୈତିକ କାର୍ଯ୍ୟକ୍ରମ ନିଆଯାଇଥାଏ । ମୁଁ ବି ଅନୁରୂପଭାବେ ସେହା କରିଛି । ଦିଲୀପ ରାୟ ମଧ୍ୟ ସେହା କରିଛନ୍ତି । ତେବେ ଦଳ ଛାଡ଼ିବା ପଛରେ କେବେ କିଛି ସ୍ୱାର୍ଥ ନଥିଲା । ଦଳରେ ଯୋଗଦେବା ବେଳେ ବି କିଛି ସ୍ୱାର୍ଥ ନଥିଲା । କୌଣସି ପଦବୀ ପାଇଁ ମୋହ ନଥିଲା । କୌଣସି ସର୍ତ୍ତ ରଖି ଆମେ ବିଜେପିରେ ଯୋଗଦେଇନଥିଲୁ । ଗତ ୨/୪ ବର୍ଷ ମଧ୍ୟରେ ଯେତେ ଘଟଣା ଘଟିଯାଇଛି ସବୁ ଘଟଣାକୁ ଲୋକ ଲୋଚନକୁ ଆଣିବା ସମ୍ଭବ ନୁହେଁ ।  ଏହା ଅପ୍ରାସଙ୍ଗିକ ହେବ ।  ସବୁ କଥାକୁ ଯଦି ସାମାନାକୁ ଆସିବ ତେବେ ଅସୁନ୍ଦର ପରିସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି ।

    ଏହି ଅବସରରେ ସେ କହିଛନ୍ତି ଯେ, ଭୁବନେଶ୍ୱରରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ହେବାର ଗୋଟିଏ ପୂର୍ବରୁ  ତାଙ୍କୁ ଚିଠି ମିଳିଥିଲା । ଏନେଇ ବୈଠକ ଦିନ ସେ କେନ୍ଦ୍ରୀୟ ନେତୃବୃନ୍ଦକୁ ଅବଗତ କରାଇଥିଲାବେଳେ ସେମାନେ ଚିଠି ନପହଞ୍ଚିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ସମସ୍ତେ ଦୁଃଖ ପ୍ରକାଶ ମଧ୍ୟ କରିଥିଲେ । ଏ ପ୍ରସଙ୍ଗକୁ ହୁଏତ ରାଜ୍ୟ ନେତାମାନେ ଜାଣିନଥିବେ । ସେଥିପାଇଁ ରାଜ୍ୟ ନେତାମାନଙ୍କୁ ଦୋଷଦେବାକୁ ଚାହେଁନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏମିତି ବହୁତ ଥର ବହୁ ଘଟଣା ଘଟିଛି । ଯେଉଁଥି ପାଇଁ ଅଧିକ ଅପମାନିତ ହେବାକୁ ପଡ଼ିଛି । କେବଳ କନ୍ଧମାଳ ଉପନିର୍ବାଚନ ଛାଡ଼ି ଦେଲେ ତାହା ପରଠାରୁ  ଯେତେସବୁ ଘଟଣା ଘଟିଗଲା ସେସବୁକୁ ଆଜି ଆଲୋଚନା କରିବା ହୁଏତ ସମିଚୀନ ହେବ ନାହିଁ । ଚାଷୀମାନଙ୍କ ପାଇଁ ଧାରଣା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବାବେଳେ ତାକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ଆରମ୍ଭ ହୋଇଥିଲା । ଏ ସମ୍ପର୍କରେ କେନ୍ଦ୍ରୀୟ ନେତାମାନଙ୍କୁ ଅବଗତ କରାଯାଇଥିଲା । ତା ପରେ ବି ସମସ୍ତେ ଚୁପ ରହିଲେ । ଫଳରେ ଏଠାରେ କୌଣସି କାର୍ଯ୍ୟକ୍ରମ ଉପରେ ଚକ୍ରାନ୍ତକୁ ପ୍ରାଧାନ୍ୟ ଦିଆଯାଉଥିବା ସେ ଅନୁଭବ କରିଥିଲେ । ଯେଉଁଟା ପ୍ରକୃତରେ କେଉଁଠି ହୁଏନାହିଁ ।  ଲୋକଙ୍କର ସ୍ୱାର୍ଥ ଓ ରାଜ୍ୟ ସ୍ୱାର୍ଥ  ପ୍ରସଙ୍ଗକୁ ନେଇ ଆମେ ସାଧାରଣ ଲୋକଙ୍କ ପାଖକୁ ଯିବା ଉଚିତ  । ମହାନଦୀ ପ୍ରସଙ୍ଗରେ ବି ମୋ ମତ ସ୍ପଷ୍ଟଭାବେ ରଖିଥିଲି । ବହୁତ ବିରୋଧ ସେତେବେଳେ ହୋଇଥିଲା । କିନ୍ତୁ ଏ ପ୍ରସଙ୍ଗରେ ମତ ରଖିବା ବେଳେ ଥରେ ହେଲେ ବି ଦଳୀୟ କାର୍ଯ୍ୟାଳୟରେ ବୈଠକ ଡକାଯାଇ କୌଣସି ଠୋସ ନିଷ୍ପତ୍ତି ନିଆଗଲା ନାହିଁ । ଶେଷକୁ ମୁଁ ଯେଉଁ ମତ ରଖିଥିଲି, ସେହି ମତସହିତ ଦଳୀୟ ନେତା ପ୍ରାୟ ମତ ରଖିଲେ । କିନ୍ତୁ ପ୍ରଥମରୁ ଛତିଶଗଡ଼ ସରକାରଙ୍କ ଓକିଲାତି କଲେ । ଏମିତି ବହୁତ ଘଟଣା ରହିଛି । 

    ସେହିପରି ଶ୍ରୀ ମହାପାତ୍ର କହିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲା ସମେତ  ପାଟକୁରା, ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ମୋତେ ବିରୋଧ ପାଇଁ ଏକ ବିଧିବଦ୍ଧ କାର୍ଯ୍ୟକ୍ରମ ଖୋଲାଖାଲି କରାଗଲା । ଆଜି ବି କରାଯାଉଛି । ମୁଁ ସେଥିପାଇଁ ଆଦୌ ଦୁଃଖିତ ନୁହେଁ କି ବିବ୍ରତ ବି ନୁହେଁ । ସେମାନେ ବିରୋଧ କରନ୍ତୁ । ବିରୋଧ କରି ଯଦି କେହି ସଫଳତା ପାଇପାରିବେ ମୁଁ ଖୁସି ହେବି । କିନ୍ତୁ ପାଳଗଦା ଉପରେ ଛିଡ଼ା ହୋଇ ନିଜର ଉଚ୍ଚତା ମାପିଲେ ତାହା ବାସ୍ତବ ଉଚ୍ଚତା ହୁଏ ନାହିଁ । ସେ ଯେଉଁ ସ୍ତରରେ କି ଯେଉଁ ଦଳରେ ଥାଆନ୍ତୁନା କାହିଁକି ଏହାକୁ ରାଜନୈତିକ ନେତୃବୃନ୍ଦମାନେ ମନେ ରଖିବା ଉଚିତ ।  ସେହି ଦୃଷ୍ଟିରୁ ଏକ ଅନୁଶୀଳନ କରିବାର ଆବଶ୍ୟକତା ଅଛି । ଅନୁଶୀଳନ କରନ୍ତୁ, ଆତ୍ମ ଚିନ୍ତନ ଓ ଆତ୍ମସମୀକ୍ଷା କରନ୍ତୁ  ଯେ, ଆମେ କେଉଁ ଅବସ୍ଥାରେ ଅଛୁ । ବିଜେପୁର ନିର୍ବାଚନରେ ପରାଜୟ ପରେ କେହି ଆଲୋଚନା କି ସମୀକ୍ଷା କଲେ ନାହିଁ । ଘର ଭିତରେ ସମସ୍ତେ ଆତ୍ମ ଚିନ୍ତନ କରିବାରେ ଲାଗିଲେ । ଫଳରେ ଆମେ କ୍ରମଶଃ ଦନକୁ ଦିନ ତଳକୁ ଗଲୁ ।

     ଏଭଳି ବହୁ ଘଟଣା ଶ୍ରୀ ମହାପାତ୍ର ଅବତାରଣା କରିଛନ୍ତି ।  

     

    Maximum 500 characters

    ରାଜନୀତି View all

    Find Us on Facebook