Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୋଲ ତଳକୁ ଖସିଲା ସିଲିଣ୍ଡର ବୋଝେଇ ଟ୍ରକ

    Share on :
    Date: Dec 5, 2018    Views: 55

    ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ନିକଟ ୪୯ ନଂ ଜାତୀୟ ରାଜପଥର ପୋଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପୋଲ ଉପରୁ ୩୦ ଫୁଟ ତଳକୁ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତରଭାବେ ଆହତ ହୋଇଛନ୍ତି ।

    ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଆହତ ଚାଳକଙ୍କୁ ଉଦ୍ଧାର କରିି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛି ।  ପ୍ରକାଶ ଯେ, ଜାମସେଦପୁରରୁ ଗ୍ୟାସ ସିଲିଣ୍ଡର ବୋଝେଇ କରି ଉକ୍ତ ଟ୍ରକଟି ବାରିପଦାକୁ ଯାଉଥିଲା । ତେବେ ବିଶୋଇ ଥାନା ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook