Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନେତାଙ୍କ ବିରୋଧରେ ୪ ହଜାର ମାମଲା

    Share on :
    Date: Dec 5, 2018    Views: 53

    ନୂଆଦିଲ୍ଲୀ : ନେତାଙ୍କ ନାମରେ ଗଡ଼ୁଛି ୪ ହଜାରରୁ ଉଦ୍ଧ୍ୱର୍ ମାମଲା  । ତେବେ ରାଜନୈତିକ ହସ୍ତକ୍ଷେପ ହେଉଥିବାରୁ ଅଧିକାଂଶ ମାମଲାରେ ପୁଲିସ ହାତବାନ୍ଧି ବସିଛି  । ନା ହେଉଛି ତଦନ୍ତ, ନା ହେଉଛି ଚାର୍ଜଫ୍ରେମ  । ଫଳରେ ବର୍ଷ ବର୍ଷ ଧରି ମାମଲା ଗଡ଼ୁଥିଲେ ମଧ୍ୟ ଫଇସଲା ହେଉନଥିବା ଦେଖିବାକୁ ମିଳିଛି  । ସୁପ୍ରିମକୋର୍ଟରେ ଆମିକସ କୁ୍ୟରୀ ବିଜୟ ହଂସାରିଆ ଏମିତି ତଥ୍ୟ ପ୍ରଦାନ କରିଛନ୍ତି  ।

    ରାଜ୍ୟ ଏବଂ ହାଇକୋର୍ଟରୁ ତଥ୍ୟ ସଂଗ୍ରହ କରି ହଂସାରିଆ କହିଛନ୍ତିଯେ, ୧୯୯୧ରୁ ପଡ଼ି ରହିଥିବା ଅଧିକାଂଶ ମାମଲାରେ ଏଯାବତ ଚାର୍ଜଫ୍ରେମ ମଧ୍ୟ ହୋଇନାହିଁ  । ୨୬୪ ମାମଲାର ବିଚାର ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି  । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସକେ କୌଲ ଏବଂ କେଏମ ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ବିହାର ଏବଂ କେରଳରେ ରାଜନେତାଙ୍କ ବିରୋଧରେ ପଡ଼ି ରହିଥିବା ମାମଲାର ବିଚାର ଆରମ୍ଭ କରିବା ପାଇଁ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ଲାଗି ନିଦେ୍ର୍ଧଶ ଦେଇଛନ୍ତି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook