Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

    Share on :
    Date: Dec 5, 2018    Views: 51

    ଢେଙ୍କାନାଳ: ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତୁ୍ୟ ହୋଇଛି । ମୃତକ ଜଣକ ହେଲେ କଣ୍ଟାବଣିଆ ଥାନା ଅନ୍ତର୍ଗତ କଙ୍କାଳୋ ଗ୍ରାମର ମନୋରଞ୍ଜନ ବାରିକ(୨୫) । ବୁଧବାର ସକାଳେ ନିମବାହାଳି-ଗୁଳେହି ରାସ୍ତାର ବେରୁଆଁପାଳ ସ୍କୁଲ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ମନୋରଞ୍ଜନ ନିଜ ବାଇକ ଯୋଗେ ଯାଉଥିବାବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ।

    ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା । ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି । 

    Maximum 500 characters

    ଆଂଚଳିକ View all

    Find Us on Facebook