Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭିଜିଲାନ୍ସ ଜାଲରେ ଡିଆରଡିଏ ପ୍ରକଳ୍ପ ସଂଯୋଜକ

    Share on :
    Date: Dec 5, 2018    Views: 73

    ଭଦ୍ରକ: ଜିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ) ପ୍ରକଳ୍ପ ସଂଯୋଜକ ସନ୍ଦୀପ ମହାନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ବାଲେଶ୍ୱର ଓ ଭଦ୍ରକ ଭିଜିଲାନ୍ସ ବିଭାଗର ୫ଟି ଦଳ ଏକକାଳୀନ ତାଙ୍କ ସରକାରୀ କାର୍ଯ୍ୟାଳୟ ସହ ବିଭିନ୍ନ ସ୍ଥାନରେ ଥିବା ଘରେ ଚଢଉ କରିଛନ୍ତି । 

    ପ୍ରକାଶ ଯେ, ଶ୍ରୀ ମହାନ୍ତିଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା । ବୁଧବାର ସକାଳେ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିଦେ୍ର୍ଧଶକ୍ରମେ ଭିଜିଲାନ୍ସର ୫ଟି ଟିମ ଶ୍ରୀ ମହାନ୍ତିଙ୍କ ବାସଗୃହ, କାର୍ଯ୍ୟାଳୟରେ ଏକକାଳୀନ ଚଢଉ କରିଥିଲେ । ଶ୍ରୀ ମହାନ୍ତିଙ୍କ ଭଦ୍ରକ ଅସ୍ତଳ ସ୍ଥିତ ପୈତୃକ ଘର, କୁଆଁସ ସ୍ଥିତ ଶ୍ୱଶୁର ଘର, ପୁରୀ ସ୍ଥିତ ଘର ଓ ଭୁବନେଶ୍ୱର ଘରେ ଚଢଉ କରାଯାଇଛି । ଏହି ଚଢଉ ଅବସରରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook