Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆୟାରଙ୍କ ନାଁରେ ମାମଲା ହଟିବ

    Share on :
    Date: Dec 5, 2018    Views: 47

    ଭୁବନେଶ୍ୱର : ଓଡ଼ିଶାର କଳା ଓ ସଂସ୍କୃତି ଏବଂ କୋଣାର୍କ ପ୍ରତି ଅରୁଚିକର ମନ୍ତବ୍ର ଦେଇଥିବା ଅଭିଜିତ୍ ଆୟାର ମିତ୍ରଙ୍କ ନାମରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେବାକୁ ରାଜ୍ୟସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି  । ବିଧାନସଭା ଗୃହକମିଟି କ୍ଷମା କରିଦେଇଥିବାରୁ ତାଙ୍କ ନାମରେ ଥିବା ମାମଲା ହଟାଇ ନେବାକୁ ଆୟାର ଅନୁରୋଧ କରିଥିଲେ  । ଏହାକୁ ସରକାର ସହୃଦୟତାର ସହ ଗ୍ରହଣ କରିଛନ୍ତି  । ଗୃହ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ପ୍ରେସ୍ ବିବୃତି ଜାରି କରାଯାଇଛି  । ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ, ଅଭିଜିତ୍୍ ଆୟାର ମିତ୍ର ତାଙ୍କ ନାମରେ ଥିବା ଅପରାଧିକ ମାମଲା ଉଠାଇ ନେବାକୁ ଆବେଦନ କରିଛନ୍ତି  । ସେ ଓଡ଼ିଶା ପ୍ରତି ଦେଇଥିବା ମନ୍ତବ୍ୟ ନେଇ ଦୁଃଖ ପ୍ରକାଶ କରିଛନ୍ତି  । ଏହି ନିସର୍ତ୍ତ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ବିଧାନସଭା ତାଙ୍କୁ କ୍ଷମା କରିଦେଇଛି  । ଅଭିଜିତ୍ ଆୟାର ମିତ୍ରଙ୍କ ଏହି ଆବେଦନକୁ ବିଚାରକୁ ନେଇ ତାଙ୍କ ବିରୋଧରେ ଥିବା ମାମଲା ହଟାଇ ନେବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି  । ଏତଦ୍ ବ୍ୟତୀତ ଯେଉଁ ମାମଲା ବିଚାରାଧୀନ ରହିଛି ଏବଂ ଯେଉଁ ମାମଲା ଗୁଡ଼ିକ ଥାନାରେ ପଡ଼ିରହିଛି ତାକୁ ହଟାଇ ନେବାକୁ ରାଜ୍ୟସରକାରଙ୍କ ନିଷ୍ପତ୍ତି ନେଇଛନ୍ତି  ।

    ସୂଚନାଯୋଗ୍ୟ ଯେ, ଆୟାର କୋଣାର୍କ ସହିତ ଓଡ଼ିଶାର କଳା ସଂସ୍କୃତି ପ୍ରତି ଅରୁଚିକର ଟିପ୍ପଣୀ ଦେଇଥିଲେ  । ଯାହା ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଥିଲା  । ଫଳରେ ତାଙ୍କ ବିରୋଧରେ କୋଣାର୍କ ଥାନା ସମେତ କମିଶନରେଟ୍ ପୁଲିସରେ ମଧ୍ୟ ମାମଲା ରୁଜୁ କରାଯାଇଥିଲା  । ପ୍ରଥମେ ଦିଲୀରେ ତାଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଦିଲ୍ଲୀର ସାକେତ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ  । ତେବେ ସୁପ୍ରିମ୍କୋର୍ଟ ଆୟାରଙ୍କ ପ୍ରତି କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ  । ଆୟାରଙ୍କ ବିରୋଧରେ ଯେଉଁ ମାମଲା ହୋଇଛି ତାହା ଜମିନ ଯୋଗ୍ୟ ନୁହେଁ ବୋଲି ସୁପ୍ରିମ୍କୋର୍ଟ କହିଥିଲେ  । ଏପରିକି ଜେଲ୍ ହିଁ ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି କହିଥିଲେ  । ଅପରପକ୍ଷରେ ଏ ସଂକ୍ରାନ୍ତରେ ବିଧାନସଭାର ଗୃହ କମିଟି ଗଠନ କରାଯାଇଥିଲା  । ବିଧାନସଭାର ଗୃହକମିଟିରେ ହାଜର ହୋଇ ଆୟାର ନିଜକୁ ବୋକା ବୋଲି କହିବା ସହ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ  । ଫଳରେ ବିଧାନସଭା ତାଙ୍କୁ କ୍ଷମା ଦେଇଥିଲା  । ପରେ ଆୟାର ତାଙ୍କ ନାମରେ ଥିବା ମାମଲା ପ୍ରତ୍ୟାହାର କରିନେବାକୁ ଓଡ଼ିଶା ସରକାରଙ୍କ ନିକଟରେ ଦାବି କରିଥିଲେ  । ଶେଷରେ ରାଜ୍ୟସରକାର ତାଙ୍କ ଉପରୁ ସମସ୍ତ ମାମଲା ପ୍ରତ୍ୟାହାର କରିନେଇଛନ୍ତି  ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook