Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୋଲାଭରମ ପ୍ରସଙ୍ଗରେ ବର୍ଷିଲା କଂଗ୍ରେସ

    Share on :
    Date: Dec 4, 2018    Views: 231

    ଭୁବନେଶ୍ୱର : ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ମାମଲାରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ନିଦେ୍ର୍ଧଶ ରାଜ୍ୟ ସରକାରଙ୍କ ପାଇଁ ଏକ ଶକ୍ତ ଚାପୁଡା ସଦୃଶ ହୋଇଛି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର ଅଭିଯୋଗ କରିଛନ୍ତି । ଆରମ୍ଭରୁ ପୋଲାଭରମ୍ ପ୍ରକଳ୍ପର ନୀତି ନିୟମ ପ୍ରତି ବେଫିକର ଥିବା ରାଜ୍ୟ ସରକାର ବର୍ତମାନ ନେଡି ଗୁଡ କହୁଣୀକୁ ବୋହିଗଲା ପରେ ରାଜ୍ୟର ସ୍ୱାର୍ଥକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଏବଂ ଯାହାର ପରିଣତି ସ୍ୱରୂପ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ପୋଲାଭରମ୍ ମାମଲାରେ ସ୍ଥଗିତାଦେଶ ଦେବା ପାଇଁ ମନାକରି ଦେଇଛନ୍ତି, ଯାହାପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଖରେ କ୍ଷମାପ୍ରାର୍ଥନା କରିବା ଉଚିତ୍ । ଗତ ସୋମବାର ତା ୩.୧୨.୨୦୧୮ ରିଖରେ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଭାବରେ ଦିନ ଧାର୍ଯ୍ୟ ହୋଇଥିଲା ଏବଂ ବିଚାରପତି ମଦନ ବି. ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରି ବୁଡି ଅଂଚଳରେ ସ୍ୱତନ୍ତ୍ର ଭାବରେ ଜନଶୁଣାଣି କରିବା ପାଇଁ ନିଦେ୍ର୍ଧଶ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଚାଲିଥିବା କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରି ଦେବା ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି । ଆରମ୍ଭରୁ ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଂଚଳରେ ଜନଶୁଣାଣି ଠାରୁ ଦୂରରେ ରହିଥିବା ରାଜ୍ୟ ସରକାର ବର୍ତମାନ ନିଜ ପାଇଁ ନିଜେ ଗାତ ଖୋଳି ରାଜ୍ୟବାସୀଙ୍କର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିବା ସ୍ପଷ୍ଟ ଜଣାପଡୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ଦଳୀୟ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଓ ବିରୋଧି ଦଳକୁ ବିଶ୍ୱାସକୁ ନନେଇ, ନେଇଥିବା ନିଷ୍ପତିର ପରିଣାମ ଏହି ବିବାଦକୁ ଚରମ ସୀମାରେ ପହଂଚାଇଛି । ରାଜ୍ୟ ସରକାରଙ୍କ ରାଜନୈତିକ ଅଭିସନ୍ଧି ଯୋଗୁଁ ଜଳସମାଧି ନେବାକୁ ଥିବା ବୁଡି ଅଂଚଳବାସୀଙ୍କ ଭାଗ୍ୟ ଏବଂ ଭବିଷ୍ୟତ ଆଜି ଅନ୍ଧାର ଘେରରେ, ଯାହାକୁ ପ୍ରଦେଶ କଂଗ୍ରେସ ତରଫରୁ ଦୃଢ଼ ବିରୋଧ କରାଯାଇଛି । ବହୁ ପୂର୍ବରୁ ଜନଶୁଣାଣି ପାଇଁ ନିଦେ୍ର୍ଧଶ ଥିଲେ ମଧ୍ୟ ନିର୍ଦ୍ଧିଷ୍ଟ ଭାବରେ କେଉଁ ତଥ୍ୟ ଆବଶ୍ୟକ ତାହା ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ମାନ୍ୟବର ସୁପି୍ରମ୍କୋର୍ଟକୁ ଦେଇପାରି ନଥିବା ସ୍ଥଳେ ଲୋକ ଦେଖାଣିଆ ଭାବରେ ମାମଲା ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛି ପ୍ରଦେଶ କଂଗ୍ରେସ ।
    ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ବିଭୁ ପ୍ରସାଦ ତରାଇ, ନିଶିକାନ୍ତ ମିଶ୍ର, ସୁଦର୍ଶନ ଦାସ, ପ୍ରଶାନ୍ତ ଶତପଥି, ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

     

    Read more

    ପୋଲାଭରମ୍ : ଓଡ଼ିଶାକୁ ତଥ୍ୟ ଦେବ ଆନ୍ଧ୍ର

    ଭୁବନେଶ୍ୱର : ପୋଲାଭରମ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଲେ ବି ଆନ୍ଧ୍ରପ୍ରଦେଶ ଦେଉନଥିଲା  । ଟାଳଟୁଳ ନୀତି ଅବଲମ୍ବନ କରୁଥିଲା  ।  ତଥ୍ୟ ଦେଉନଥିବାରୁ ଆନ୍ଧ୍ରର ଚାଲ ଧରାପଡ଼ୁନଥିଲା  । କିନ୍ତୁ ଏବେ ଆନ୍ଧ୍ରର ଏ ଚାଲାକି ଆଉ କାମ କରିବନି  । ପୋଲାଭରମ ...

    Read more

    ‘ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ହେଉ’

    ଭୁବନେଶ୍ୱର : ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶା କ୍ଷତିଗ୍ରସ୍ତ ହେବ  । ଏଯାଏଁ ଏନେଇ ଜନଶୁଣାଣୀ ମଧ୍ୟ କରାଯାଇନାହିଁ । ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି  । ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀ ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ...

    Read more

    ପୋଲାଭରମ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ମୋଦିଙ୍କୁ ନବୀନଙ୍କ ଚିଠି

    ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ଓଡ଼ିଶା ଭଳି ରାଜ୍ୟ ସ୍ୱାର୍ଥର ସମ୍ପୂର୍ଣ୍ଣ ପରିପନ୍ଥୀ । ଓଡ଼ିଶାର ବିରୋଧକୁ କିନ୍ତୁ କେନ୍ଦ୍ର ଅଣଦେଖା କରୁଛି । ରାଜ୍ୟର ଆଦିବାସୀମାନଙ୍କୁ ଅଣଦେଖା କରି ଆନ୍ଧପ୍ରଦେଶ ମନମୁଖୀଭାବେ ଏପ୍ରକଳ୍ପ ନିର୍ମାଣ କାମ ଆଗେଇ ନେଉଛି  । ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook