Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୫ ରାଜ୍ୟର ଭୋଟ ଫଳ ପରେ ଟିକେଟ ଘୋଷଣା କରିବ କଂଗ୍ରେସ

    Share on :
    Date: Dec 4, 2018    Views: 1317

    ଭୁବନେଶ୍ୱର : ୫ ରାଜ୍ୟର ଭୋଟ ଫଳାଫଳ ପରେ ଓଡ଼ିଶା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ  । ଏନେଇ ସୂଚନା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ୪୨ ବିଧାୟକ ପ୍ରାର୍ଥୀଙ୍କ ନାମ ତାଲିକା ଚୂଡ଼ାନ୍ତ ହୋଇଥିବାବେଳେ ୫ ରାଜ୍ୟ ବିଧାନସଭା ନିର୍ବାଚନ ପରେ ଏଆଇସିସି ମୋହର ମାରିବ ବୋଲି ସେ କହିଛନ୍ତି  । ଅପରପକ୍ଷରେ  ‘ମୁକ୍ତିକାନ୍ତ ମିଶନ ଓଡ଼ିଶା ହସପିଟାଲ’ ଅଭିଯାନ ଜରିଆରେ କଂଗ୍ରେସ ସଂଗ୍ରହ କରିଥିବା ୨୦ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି  ।  

    ୨୦୧୯ ଫାଇନାଲ ମ୍ୟାଚ ପୂର୍ବରୁ ଚାଲିଛି ସେମିଫାଇନାଲ ମ୍ୟାଚ  । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ  । ଏହି ଭୋଟ ଫଳାଫଳ ଜାତୀୟ ରାଜନୀତିର ଦିଶା ସହ ଓଡ଼ିଶା ରାଜନୀତିର ଦିଗ ବଦଳାଇବ ବୋଲି ଚର୍ଚ୍ଚା ହେଉଛି  ।

    Maximum 500 characters

    ରାଜନୀତି View all

    Find Us on Facebook