Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଧର୍ମେନ୍ଦ୍ରଙ୍କୁ କଟାକ୍ଷ କଲେ ମହେଶ ସାହୁ

    Share on :
    Date: Dec 4, 2018    Views: 923

    ଭୁବନେଶ୍ୱର : ପାଳଲହଡ଼ାରୁ ଧର୍ମେନ୍ଦ୍ର ପ୍ରଧାନ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଧର୍ମେନ୍ଦ୍ରଙ୍କ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ତଥା ପାଳଲହଡ଼ା ବିଧାୟକ ମହେଶ ସାହୁ ଏହାକୁ ସ୍ୱାଗତ କରିଛନ୍ତି  । ତେବେ ମହେଶ ସ୍ୱାଗତ କରିବା ସହ କଟାକ୍ଷ କରିଛନ୍ତି  । ସେ କହିଛନ୍ତିଯେ, ପାଳଲହଡ଼ାରୁ ଧର୍ମେନ୍ଦ୍ର ଲଢ଼ିଲେ ମୁଁ ସ୍ୱାଗତ କରିବି  । ସେଥିପାଇଁ ଭୟଭୀତ ନୁହେଁ  । ସେ ଠିଆ ହେଲେ ତାଙ୍କ ପରିବାର ପାଳଲହଡ଼ା ପାଇଁ କ’ଣ କରିଛନ୍ତି ତାହା ପଚାରିହେବ  । ତେବେ ଲୋକସଭା କି ବିଧାନସଭା କେଉଁଠୁ ବି ଧର୍ମେନ୍ଦ୍ର ଲଢ଼ିବେନି ବୋଲି ସେ ଆକଳନ କରିଛନ୍ତି  । ବିଜେପିର ସାଂଗଠନିକ ସ୍ଥିତି ଯାହା, ଧର୍ମେନ୍ଦ୍ରଙ୍କ କଥା ତୃଣମୂଳସ୍ତରରେ ପହଁଚିପାରିବ ନାହିଁ  । ଲୋକଙ୍କ ପାଖକୁ ପାଦରେ ଯିବାକୁ ପଡେ଼, ହେଲେ ସେ ପବନରେ ଉଡ଼ୁଛନ୍ତି  । ପକେଟରୁ ବାହାରୁଥିବା ଟଙ୍କା ଓ ବସ୍ତାରୁ ବାହାରୁଥିବା ଟଙ୍କା ମଧ୍ୟରେ ବହୁ ଫରକ ରହିଛି ବୋଲି ମହେଶ କଟାକ୍ଷ କରିଛନ୍ତି  ।

    ବିଜେଡ଼ି ନେତା ମହେଶ ସାହୁ ଓ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ  । ୨୦୦୪ ମସିହାରୁ ଉଭୟଙ୍କ ସମ୍ପର୍କ ବେଶ ତିକ୍ତ ରହିଛି ବୋଲି ରାଜନୀତି ସହ ରୁଚି ରଖୁଥିବା ପ୍ରତ୍ୟେକ ବ୍ୟକ୍ତି ଜାଣିଛନ୍ତି  । ତେବେ ଏଯାଏଁ ନିର୍ବାଚନୀ ମଇଦାନରେ ଦୁଇ ନେତା କେବେବି ମୁହାଁମୁହିଁ ହୋଇନାହାନ୍ତି  । ୨୦୦୯ରେ ମେଂଟ ଭାଙ୍ଗିବା ପରେ ଧର୍ମେନ୍ଦ୍ର ପାଳଲହଡ଼ାରୁ ଲଢ଼ିଥିଲେ  ।  ଅପରପକ୍ଷରେ ମହେଶ ସାହୁ ବିଜେପିରୁ ଇସ୍ତଫା ଦେବା ସହ ବିଜେଡ଼ି ଟିକେଟରେ ତାଳଚେରରୁ ଲଢ଼ିଥିଲେ  । କିନ୍ତୁ ଉଭୟ ନେତା ନିଜ ଆସନରୁ ବିଜୟୀ ହେବା ପାଇଁ ଯେତିକି ଉଦ୍ୟମ କରିନଥିଲେ  ବରଂ ପରସ୍ପରକୁ ହରାଇବା ପାଇଁ ସେତିକି ଉଦ୍ୟମ କରିଥିଲେ  । ଫଳରେ ଉଭୟ ମହେଶ ଓ ଧର୍ମେନ୍ଦ୍ରଙ୍କୁ ୨୦୦୯ ନିର୍ବାଚନରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା  ।

    Maximum 500 characters

    ରାଜନୀତି View all

    Find Us on Facebook