Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଯୌତୁକ ପାଇଁ ଜିଅନ୍ତା ଜାଳିଦେଲେ

    Share on :
    Date: Dec 3, 2018    Views: 75

    କେନ୍ଦ୍ରାପଡ଼ା: ମାର୍ଶାଘାଇ ଥାନା ବାଲିସୁଆଁ ଗ୍ରାମରେ ଘଟିଛି ଏକ ଜଘଣ୍ୟ ଘଟଣା । ଯୌତୁକ ରାକ୍ଷାସ ଜୁଈରେ ଜଣେ ବୋହୂ ପ୍ରାଣ ହରାଇଛନ୍ତି । ଜଣେ ବୋହୂ ଉପରେ କିରାସିନି ଢ଼ାଳି ତା’ର ହାତଗୋଡ଼ ବାନ୍ଧି ଶାଶୂ ଓ ୩ ନଣନ୍ଦ ନିଆଁ ଲଗାଇଦେଇଛନ୍ତି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ମହିଳାଙ୍କୁ କଟକ ବଡ଼ ମେଡିକାଲରେ  ଭର୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଯାଇଛି । ମୃତୁ୍ୟ ପୂର୍ବରୁ ମହିଳା ଜଣଙ୍କ ଶାଶୂ ଓ ୩ ନଣନ୍ଦ ନିଆଁଲଗାଇ ମାରିଦେଇଥିବା କହିଛନ୍ତି । ପୁଲିସ ଶାଶୂ ଓ ନଣନ୍ଦମାନଙ୍କୁ ନେଇ ପଚରାଉଚୁରା କରୁଛି । 

    Maximum 500 characters

    ତାଜା ଖବର View all

    Find Us on Facebook