Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଟ୍ରାନ୍ସଫରମର ସହ ଜଳିଗଲେ ବିଦୁ୍ୟତ କର୍ମଚାରୀ

    Share on :
    Date: Dec 3, 2018    Views: 161

    ଝାରସୁଗୁଡ଼ା: ରେଙ୍ଗାଲି ଅଂଚଳରେ ଏକ ଟ୍ରାନ୍ସଫର୍ମରରେ ଫୁ୍ୟଜ ବାନ୍ଧିବା ବେଳେ ଜଣେ ବିଦୁ୍ୟତ କର୍ମଚାରୀ ଜଳିଯାଇଛନ୍ତି । ଛତିଶଗଡ଼ ସରିଆ ଅଂଚଳର କାହ୍ନୁଚରଣ ସାହୁ ଠିକା ଭାବେ ବିଦୁ୍ୟତ ବିଭାଗରେ କାର୍ଯ୍ୟ କରୁଥିଲେ । ସେ ଆଜି ଟ୍ରାନ୍ସଫର୍ମରରେ ଫୁ୍ୟଜ ବାନ୍ଧୁଥିବା ବେଳେ ହଠାତ୍ ବିଦୁ୍ୟତ ଚାର୍ଜ ହୋଇଯାଇଥିଲା । ଫଳରେ ସେହି ଟ୍ରାନ୍ସଫର୍ମର ଉପରେ ଜଳିଯାଇଥିଲେ । ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତାରୋକ କରିଛନ୍ତି । କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ରାସ୍ତାରୋକରୁ ହଟିବେ ନାହିଁ ବୋଲି ଜିଦ ଧରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରୁଛି । କିନ୍ତୁ ବିଦୁ୍ୟତ ବିଭାଗ ଅଧିକାରୀ ପହଁଚିନଥିବା ଜଣାପଡ଼ିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook