Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସିଲ ହେଲା ସେଲଟର ହୋମ

    Share on :
    Date: Dec 2, 2018    Views: 89

    ଢେ଼ଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା ବେଲଟିକିରିଠାରେ ଥିବା ସେଲଟର ହୋମ ‘ଡି୍ରମ ସେଂଟର’ରେ ଝିଅମାନଙ୍କୁ ଯୌନଶୋଷଣ କରାଯାଉଥିବା ଅଭିଯୋଗ ଆସିବା ପରେ ରବିବାର ତାକୁ ସିଲ କରାଯାଇଛି । ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ଉକ୍ତ ସେଲଟର ହୋମକୁ ସିଲ କରିଛି । ଏହି ପରିପ୍ରେକ୍ଷୀରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି  ନରସିଂହ ଭୋଳ କହିଛନ୍ତି ଯେ, ସେଲଟର ହୋମର ଏମଡି ଫୟାଜ ରେହମାନଙ୍କୁ ଗିରଫ କରାଯାଇଛି । ଏହାଛଡ଼ା ସେ ନିଜେ ଢେଙ୍କାନାଳ ଯାଇ ପୀଡ଼ିତା ଓ ରୋଷେୟାଙ୍କ ସହ କଥା ହୋଇଛନ୍ତି ।  ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲଗାଯାଇଥିବା ଶ୍ରୀ ଭୋଳ କହିଛନ୍ତି  ।

    ସୂଚନା ଯୋଗ୍ୟ ପୁଲିସ ସେଲଟର ହୋମର ଇନଚାର୍ଜ ସୀମାଂଚଳ ଗିରଫ ହୋଇଛନ୍ତି । ସେଲଟର ହୋମରେ ଚେୟାରମ୍ୟାନଙ୍କ ସହିତ ବିଦେଶୀ ମଧ୍ୟ ଆସି ଝିଅମାନଙ୍କୁ କିସ କରୁଥିଲେ, ହଗ କରୁଥିଲେ ଏବଂ ଆହୁରି କିଛି କରୁଥିଲେ ବୋଲି କହିଥିଲେ ସେଲଟରର ରୋଷେୟା । ବିଦେଶୀ ମାନେ ଚୁମ୍ବନ ଦେଉଥିବା ସେ ଦେଖିଥିବା ମଧ୍ୟ ସେ କହିଥିଲେ ।
    ଏହି ଘଟଣା ସାମନାକୁ ଆସିବା ପରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସେଲଟର ହୋମ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook