Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ସୁନୀଲ ଆରୋରା

    Share on :
    Date: Dec 2, 2018    Views: 129

    ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ ଅଫିସର ସୁନୀଲ ଆରେରା  । ଓପି ରାୱତଙ୍କ କାର୍ଯ୍ୟକାଳ ଶନିବାର ପୂରି ଯାଇଛି  । ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପରବର୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଥିଲେ  । ୨୦୧୯ ଲୋକସଭା ନିର୍ବାଚନ ସହ ଜାମ୍ମୁକାଶ୍ମୀର, ଓଡ଼ିଶା, ମହାରାଷ୍ଟ୍ର, ହରିୟାଣା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ନିର୍ବାଚନ ପରିଚାଳନା କରିବେ  ।

    ଶ୍ରୀ ଆରୋରା ସୂଚନା ଓ ପ୍ରସାରଣ ସଚିବ ଭାବେ କାର୍ଯ୍ୟ କରୁଥିଲେ  । ୧୯୮୦ ବ୍ୟାଚ ରାଜସ୍ଥାନ କ୍ୟାଡ଼ର ଆଇଏଏସ ହେଉଛନ୍ତି ନିର୍ବାଚନ କମିଶନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ  । ପୂର୍ବରୁ ସେ ଅର୍ଥ ମନ୍ତ୍ରଣାଳୟ ଓ ଯୋଜନା କମିଶନରେ ମଧ୍ୟ କାର୍ଯ୍ୟ କରି ଦକ୍ଷତା ହାସଲ କରିଛନ୍ତି  । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook