Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦୁଇ ବିଧାନସଭା, ଗୋଟିଏ ଲୋକସଭା ଆସନ ଖାଲି

    Share on :
    Date: Dec 1, 2018    Views: 67

    ଭୁବନେଶ୍ୱର: ବରିଷ୍ଠ ନେତା ଦିଲ୍ଳୀପ ରାୟ ଗତକାଲି ବିଧାୟକ ପଦ ଓ ବିଜେପି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତି ପ୍ରଦୀପ କୁମାର ଅମାତ ମଧ୍ୟ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ସେହିପରି ପୂର୍ବରୁ କୋରାପୁଟ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଫଳରେ ରାଉରକେଲା ଓ କୋରାପୁଟ ବିଧାନସଭା ଆସନ ବର୍ତମାନ ଖାଲିପଡ଼ିଛି । ନିର୍ବାଚନ ଆଉ ମାତ୍ର ୨/୩ମାସ ଥିବାରୁ ଏହି ଦୁଇଟି ଆସନରେ ଉପନିର୍ବାଚନ ହେବା ସମ୍ଭାବନା ବହୁତ କମ । ସେହିପରି ବିଜେଡିରୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଇସ୍ତଫା ଦେବା ପରେ ମଧ୍ୟ କେନ୍ଦ୍ରାପଡ଼ା ଲୋକସଭା ଆସନ ଖାଲିପଡ଼ିଛି । 

    Maximum 500 characters

    ତାଜା ଖବର View all

    Find Us on Facebook