Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅସିତ ତି୍ରପାଠୀ ହେଲେ ନୂତନ ଉନ୍ନୟନ କମିଶନର

    Share on :
    Date: Nov 30, 2018    Views: 39

    ଭୁବନେଶ୍ୱର: ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର ଅସିତ ତି୍ରପାଠୀଙ୍କୁ ନୂତନ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଆଜି ଚାକିରୀରୁ ଅବସର ନେଇଥିବା ଉନ୍ନୟନ କମିଶନର ଥିବା ଆର.ବାଲକ୍ରିଷ୍ଣନ୍ନଙ୍କ ସ୍ଥାନରେ ଅସିତଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଅସିତଙ୍କୁ ଉନ୍ନୟନ କମିଶନର ସହ ଘରୋଇ ବିଭାଗର ଏସସିଏସ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋଡର଼୍ର ଅଧ୍ୟକ୍ଷ ଭାବେ ମୁଖ୍ୟସଚିବଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସମବାୟ ବିଭାଗର ପ୍ରମୁଖ ସଚିବଙ୍କୁ ଓଏସଡବ୍ଲୁସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଓଏସଡବ୍ଲୁସିର ଅଧ୍ୟକ୍ଷ ଥିବା ଆଇଏଏସ୍ ଅଫିସର ସଂଗ୍ରାମ ମିଶ୍ର ଆଜି ଚାକିରୀରୁ ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ସମବାୟ ବିଭାଗ ପ୍ରମୁଖ ସଚିବଙ୍କୁ ଏହି ଅତିିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫାଇଲ୍ରେ ଅନୁମୋଦନ ଦେବାପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook