Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରବର୍ଟ ଭଦ୍ରାଙ୍କୁ ଇଡିର ନୋଟିସ

    Share on :
    Date: Nov 30, 2018    Views: 209

    ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ(ଇଡି) ପକ୍ଷରୁ ରବର୍ଟ ଭଦ୍ରାଙ୍କ ମାଲିକାନାରେ ଥିବା ସଂସ୍ଥା ନାମରେ ବିକାନେର ଜମି ଜାଲିଆତି ମାମଲାରେ ନୋଟିସ ଜାରି କରାଯାଇଛି । ଚଳିତ ମାସର ପ୍ରଥମାର୍ଦ୍ଧରେ ଇଡି ନୋଟିସ ଜାରି କରିଥିଲେ ମଧ୍ୟ ପ୍ରଥମ ସମନକୁ ରବର୍ଟ ଅସ୍ୱୀକାର କରିବା ପରେ ପୁଣି ଥରେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ସମନ ଜାରି କରିଛି । 

    ରାଜସ୍ଥାନର ବିକାନେରସ୍ଥିତ ୩୬୦ ଏକର ଜମି କିଣାବିକା ଜାଲିଆତିକୁ କେନ୍ଦ୍ର କରି ଇଡି ପକ୍ଷରୁ ତଦନ୍ତ ଅବ୍ୟାହତ ରହିଛି । ସରକାର ପୂର୍ବରୁ ଏହି ଜମି କିଣାବିକାକୁ ବେଆଇନ ଘୋଷଣା କରିଛନ୍ତି । ସରକାରୀ ଜମି କିପରି ପ୍ରଦାନ କରାଗଲା ଏହାକୁ ନେଇ ଇଡି ତଦନ୍ତ ଚଳାଇଛି । ଏହି ଜାଲିଆତିରେ ରବର୍ଟ ଭଦ୍ରାଙ୍କ ନାମନଥିଲେ ମଧ୍ୟ ତାଙ୍କ କମ୍ପାନୀ ସ୍କାଇଲାଇଟ ହସ୍ପିଟାଲ ନାମକ ସଂସ୍ଥା ନାମରେ ମାମଲା ରୁଜୁ ହୋଇଛି । ଏହି କମ୍ପାନୀ ପ୍ରଥମେ ଜମି କିଣି ପରେ ଏହାକୁ ଅନ୍ୟକୁ ବିକ୍ରି କରିଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook