Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେପି ଛାଡ଼ିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନଥିଲା : ବିଜୟ

    Share on :
    Date: Nov 30, 2018    Views: 439

    ଭୁବନେଶ୍ୱର : ବିଜେପି ଛାଡ଼ିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନଥିଲା  । ଦଳରେ ବହୁ ତିକ୍ତ ଅନୁଭୂତି ରହିଛି  । ଦଳ ସମ୍ପର୍କରେ ସେ ବହୁବାର ରାଷ୍ଟ୍ରୀୟ ସଭାପତି ଓ କେନ୍ଦ୍ରୀୟ ନେତାମାନଙ୍କ ସହ ଆଲୋଚନା କରିଛନ୍ତି  । ଏବେ ସେ ପରବର୍ତୀ ପଦକ୍ଷେପ ନେଇ ନିଷ୍ପତି ନେଇନାହାନ୍ତି  । ପନ୍ଦର ଦିନ ମଧ୍ୟରେ ସେ ଆଲୋଚନା କରିବା ପରେ ନିଷ୍ପତି ନେବେ  । ତାଙ୍କୁ ନେଇ ଚାଲିଥିବା ଚର୍ଚ୍ଚାକୁ ବିଶ୍ୱାସ ନକରିବାକୁ ବିଜୟ କହିଛନ୍ତି  । ସେ ବିଜେପିର କେଉଁ ନେତାଙ୍କ ବିରୋଧରେ ଅଭିଯୋଗ କରିବାକୁ ଚାହୁଁନାହାନ୍ତି  । ଇସ୍ତଫା ପତ୍ରରେ କାହା ଉଦେ୍ଧଶ୍ୟରେ ଲେଖାଯାଇଛି ସେହି ନେତା ବୁଝି ପାରିଥିବେ ବୋଲି  ବିଜୟ କହିଛନ୍ତି  ।

    ବିଜୟ କହିଲେଯେ, ଗତ ଦୁଇ ବର୍ଷ ଧରି ତାଙ୍କ ସହ କୌଣସି ସମ୍ପର୍କ ରଖିବା ପାଇଁ ବିଜେପି ଚାହିଁଲା ନାହିଁ  । ଦିଲୀପ ରାୟଙ୍କ ସାଙ୍ଗରେ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି ହୋଇଥିଲା  । ଆଜି ସକାଳୁ ପ୍ରାୟ ଘଂଟାଏ ଆଲୋଚନା କରିସାରିବା ପରେ ଦିଲୀପ ରାୟଙ୍କ ସହ ସେ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି  । ସେ ବିଜେପିରେ ପ୍ରାୟ ଦଶବର୍ଷ ଧରି ରହିଥିଲେ  । ଏହି ଦଶ ବର୍ଷ ମଧ୍ୟରେ ଦଳ ସହ ଅନେକ ତିକ୍ତ ଅନୁଭୂତି ମଧ୍ୟ ରହିଛି  । ବ୍ୟକ୍ତିଗତ ଭାବେ ସେ କୌଣସି ଅଭିଯୋଗ ବା ଆରୋପ କରିବାକୁ ଚାହାନ୍ତି ନାହିଁ  । ଦଳରେ ଥିବାବେଳେ ଯେଉଁମାନେ ତାଙ୍କ ମତ ସହ ଏକମତ ହୋଇଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ସେମାନଙ୍କୁ ବିଜୟ ଧନ୍ୟବାଦ ଦେଇଛନ୍ତି  । ସେତେବେଳେ କନ୍ଧମାଳ ଉପନିର୍ବାଚନରୁ ନେଇ ଚାଷୀ ସମସ୍ୟା ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା  । ଯେଉଁମାନେ ତାଙ୍କୁ ବିରୋଧ କରିବା ସହ କଟୁ ମନ୍ତବ୍ୟ ଦେଇଛନ୍ତି ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି  । ଏକ ଜରୁରୀ କାମରେ ଦିଲୀପ ରାୟ ବିଦେଶ ଯାଇଥିବାବେଳେ ସେଠାରୁ ଫେରିବା ପରେ ପରବର୍ତୀ ପଦକ୍ଷେପ ନେଇ ଆଲୋଚନା କରାଯିବ  । ୧୫ ଦିନ ମଧ୍ୟରେ ନିଷ୍ପତି ନିଆଯିବ ବୋଲି ବିଜୟ ସଂକେତ ଦେଇଛନ୍ତି  । ଓଡ଼ିଶାର ବହୁ ଅଂଚଳରେ ବହୁ ଶୁଭେଚ୍ଛୁ ଓ ବନ୍ଧୁଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି  ।

     

    Maximum 500 characters

    ତାଜା ଖବର View all

    Find Us on Facebook