Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୧୦ ମହଲାରୁ ଡେଇଁ ଏସିପିଙ୍କ ଆତ୍ମହତ୍ୟା

    Share on :
    Date: Nov 29, 2018    Views: 83

    ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀ ପୁଲିସ ମୁଖ୍ୟ କାର୍ଯ୍ୟାଳୟର ୧୦ ମହଲାରୁ ଡେଇଁ ଜଣେ ଏସିପି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ ଆତ୍ମହତ୍ୟା କରିଥିବା ଏସିପି ହେଉଛନ୍ତି ୫୩ ବର୍ଷୀୟ ପ୍ରେମ ବଲ୍ଲଭ । ତାଙ୍କ ମୃତଦେହ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ମୃତ ପ୍ରେମ ବଲ୍ଲଭ ଦିଲ୍ଲୀ ପୁଲିସର କ୍ରାଇମ ଓ ଟ୍ରାଫିକ ୟୁନିଟରେ କାର୍ଯ୍ୟରତ ଥିଲେ । ୨୦୧୬ରେ ସେ ଉତ୍ତମ ସେବା ପାଇଁ ପଦକ ହାସଲ କରିଥିଲେ । ତେବେ ଏସିପି ପ୍ରେମ ବଲ୍ଲଭଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ଏନେଇ ଦିଲ୍ଲୀ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook