Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାଜସ୍ଥାନ: କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରକାଶ

    Share on :
    Date: Nov 29, 2018    Views: 223

    ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୭ ତାରିଖରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଜେପି ପରେ କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାର ବା ଘୋଷଣା ପତ୍ର ଜାରୀ କରିଛି । କଂଗ୍ରେସ ଏହି ଘୋଷଣାପତ୍ରରେ କୃଷକଙ୍କ ଋଣ ଛାଡ଼ କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ଏହାଛଡ଼ା କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ ବାଳିକାମାନଙ୍କ ଶିକ୍ଷା ସମ୍ପୂର୍ଣ୍ଣ ମାଗଣା କରାଯିବ । ଏହା ସହିତ ସ୍ୱାସ୍ଥ୍ୟ ଅଧିକାର ବ୍ୟବସ୍ଥା କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟ ଓ ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଘୋଷଣାପତ୍ର ସମିତିର ଅଧ୍ୟକ୍ଷ ହରିଶ ଚୌଧୁରୀ ପ୍ରମୁଖ ଏହି ଘୋଷଣା ପତ୍ରକୁ ଜାରୀ କରିଛନ୍ତି । 

    ଏହି ଅବସରରେ ସଚିନ ପାଇଲଟ ଘୋଷଣା କରିଛନ୍ତି ଯେ, କଂଗ୍ରେସ କୃଷକମାନଙ୍କ ଋଣ ଛାଡ଼ କରିବା ସହ ବରିଷ୍ଠ ନାଗରିକମାନଙ୍କୁ ପେନସନ ପ୍ରଦାନ କରିବ । ଏହାଛଡ଼ା ବେରୋଜଗାର ଯୁବକଯୁବତୀଙ୍କ ପାଇଁ ୩୫୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଭତ୍ତା ପ୍ରଦାନ ନେଇ ମଧ୍ୟ ସଚିନ ପ୍ରତିଶ୍ରୁତି ଦେଇଛନ୍ତି । ଏହାଛଡ଼ା ରାଜ୍ୟରେ କଂଗ୍ରେସ ସରକାର କ୍ଷମତାକୁ ଆସିଲେ  ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଆଇନ ଆଣିବ ବୋଲି ସେ କହିଛନ୍ତି । 

    Read more

    ୮ ରାଜ୍ୟରେ ଖାତା ଖୋଲିପାରିଲାନି କଂଗ୍ରେସ

    ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଫଳାଫଳ କଂଗ୍ରେସକୁ ଶକ୍ତ ଧକ୍କା ଦେଇଛି। ଏହି ଜାତୀୟ ଦଳ ଦେଶର ୮ ରାଜ୍ୟରେ ଖାତା ଖୋଳିପାରିନାହିଁ। ଅର୍ଥାତ ଏହି ୮ ରାଜ୍ୟରେ କଂଗ୍ରେସର କୌଣସି ପ୍ରାର୍ଥୀ ବିଜୟୀ ହୋଇପାରି ନାହାନ୍ତି, ଯାହା ଦଳର ନେତୃତ୍ଵ ଉପରେ ପ୍ରଶ୍ନବାଚୀ ...

    Read more

    ନିରଞ୍ଜନ ହତାଶ କଲେ : ଶରତ ରାଉତ

    ଭୁବନେଶ୍ୱର : ଆରମ୍ଭ ହୋଇଗଲା କଂଗ୍ରେସରେ ବାଦିପାଲା  । ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ ନିଜ ପଦ ପଦବୀରୁ ଇସ୍ତଫା ଦେବା ପରେ ଆଉ ଜଣେ ବରିଷ୍ଠ ନେତା ପିସିସି ନିରଞ୍ଜନ ପଟ୍ଟନାୟକଙ୍କୁ ନିଶାନା ସାଧିଛନ୍ତି  । ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ...

    Read more

    ଫଳ ପୂର୍ବରୁ ଆରମ୍ଭ ହେଲା କଂଗ୍ରେସ କଳି

    ଭୁବନେଶ୍ୱର : ମେ’ ୨୩ରେ ପ୍ରକାଶ ପାଇବ ସାଧାରଣ ନିର୍ବାଚନ ଫଳ  । ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପରେ କଂଗ୍ରେସରେ ଆରୋପ ପ୍ରତ୍ୟାରୋପ ଓ ବାଦବିବାଦର ଏକ ପର୍ବ ଆରମ୍ଭ ହେବା ସାଧାରଣ ଘଟଣା  । ଏବେଠାରୁ ଏହାର ଆଭାସ ମଧ୍ୟ ମିଳିସାରିଛି  । ବରିଷ୍ଠ କଂଗ୍ରେସ ନେତା ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook