Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବାଣ କାରଖାନାରେ ବିସ୍ଫୋରଣ, ଜଣେ ମୃତ

    Share on :
    Date: Nov 29, 2018    Views: 63

    ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଛଉଆଳିବେର୍ଣ୍ଣା-ମିର୍ଦ୍ଧାଡିହି ମଧ୍ୟରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ତେବେ ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା କୁହାଯାଉଛି । ଖବର ପାଇ ବ୍ରଜରାଜନଗର ଥାନା ପୁଲିସ ଓ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

    ବେଲପାହାଡ଼ ଥାନା ଅନ୍ତର୍ଗତ ଛଉଆଳିବେର୍ଣ୍ଣା-ମିର୍ଦ୍ଧାଡିହି ମଧ୍ୟରେ ଦୀର୍ଘ ଦିନ ହେବ ଜଗନ୍ନାଥ  ସ୍ଫାର୍କେଲ ନାମକ ଏକ ବାଣ  କାରଖାନା ଥିଲା । ଏଥିରେ ଥିବା ୧୨ଟି ସେଡ ମଧ୍ୟରୁ ଆଜି ସକାଳେ ୨ଟି ସେଡରେ ବାଣ ଭିଡ଼ା ଯାଉଥିବାବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ସେଠାରେ କାର୍ଯ୍ୟ କରୁଥିବା ବେଲପାହାଡ଼ ପୌରାଞ୍ଚଳର ଜୁନିଡିହି ଗ୍ରାମର ସୁଶାନ୍ତ ଧୁରୁଆ(୨୫)ଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ତେବେ ବିସ୍ଫୋରଣ ପରେ ଘରରଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook