Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇସ୍ରୋକୁ ଆଉ ଏକ ସଫଳତା

    Share on :
    Date: Nov 29, 2018    Views: 143

    ଶ୍ରୀହରିକୋଟା: ମହାକାଶକୁ ଉପଗ୍ରହ ଉତକ୍ଷେପଣ କରିବାରେ ଭାରତ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ପୂର୍ବରୁ ୧୦୪ଟି ଉପଗ୍ରହକୁ ଅନ୍ତରୀକ୍ଷରେ ଅବସ୍ଥାପିତ କରି ବିରଳ କୃତିତ୍ୱ ହାସଲ କରିଥିବା ଇସ୍ରୋ ଆଜି ୯.୫୮ ମିନିଟରେ ପୃଥିବୀ ନୀରିକ୍ଷଣ ଉପଗ୍ରହ ଏଚୱାଇ ଏସଆଇଏସ ଉପଗ୍ରହ ସହିତ ୮ଟି ଦେଶର ୩୦ଟି ମାଇକ୍ରୋ ଓ ନାନୋ ସାଟେଲାଇଟକୁ ସଫଳତାର ସହିତ ମହାକାଶକୁ ଉତକ୍ଷେପଣ କରିଛି । ପିଏସଏଲଭି ସି ୪୩ ମହାକାଶ ଯାନରେ ଏହି ସବୁ ଉପଗ୍ରହକୁ ଅନ୍ତରୀକ୍ଷକୁ ପଠାଇବାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସଫଳତା ଅର୍ଜନ କରିଛି । 

    ଏଚୱାଇ ଏସଆଇଏସ ଉପଗ୍ରହର ଓଜନ ୩୮୦ କେଜି ହୋଇଥିବାବେଳେ ଏହାକୁ ୬୩୬ କିଲୋମିଟର ପୋଲାର ସନସିଙ୍କ୍ରୋନସ ଅରବିଟରେ ଅବସ୍ଥାପିତ କରାଯିବ । ୫ ବର୍ଷର ଜୀବନ ଅବଧି ଥିବା ଏହି ସାଟେଲାଇଟ ଜରିଆରେ ସମଗ୍ର ପୃଥିବୀ ଉପରେ ନଜର ରଖାଯାଇପାରିବ । ସେହିପରି ଏଚୱାଇ ଏସଆଇଏସ ଉପଗ୍ରହ ସହିତ ଅଷ୍ଟ୍ରେଲିଆ, କାନାଡ଼ା, କଲମ୍ବିଆ, ଫିନଲ୍ୟାଣ୍ଡ, ମାଲେସିଆ, ନେଦରଲ୍ୟାଣ୍ଡ, ସ୍ପେନ ଓ ଆମେରିକାର ଗୋଟିଏ ମାଇକ୍ରୋ ଓ ୨୯ଟି ନାନୋ ଉପଗ୍ରହକୁ ପଠାଯାଇଛି । 

    Read more

    ୨୦୨୧ ସୁଦ୍ଧା ଗଗନଯାନ ପ୍ରକଳ୍ପ: ଇସ୍ରୋ ମୁଖ୍ୟ

    ବେଙ୍ଗାଲୁରୁ: ୨୦୨୧ ଡିସେମ୍ବର ସୁଦ୍ଧା ଭାରତର ବହୁ କଳ୍ପିତ ଗଗନଯାନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ମହାକାଶକୁ ମହାକାଶଚାରୀ ପ୍ରେରଣ କରିବାର ସ୍ୱପ୍ନ ସାକାର ହେବ । ଏହି ସୂଚନା ଦେଇଛନ୍ତି ଭାରତ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଅଧ୍ୟକ୍ଷ କେ. ଶିବନ । ଏହି ...

    Read more

    ୨୦୧୮ରେ ଭାରତ ୨ଟି ଚନ୍ଦ୍ର ଅଭିଯାନର ଶୁଭାରମ୍ଭ କରିବ

    ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ୨୦୧୮ ଆରମ୍ଭରୁ ୨ ଟି ଚନ୍ଦ୍ର ଅଭିଯାନ ଆରମ୍ଭ କରିବ । ପୂର୍ବରୁ ହୋଇଥିବା ଚନ୍ଦ୍ରାୟନ-୧ ତୁଳନାରେ ଆଗାମୀ ଦିନର ଅଭିଯାନକୁ ଅଧିକ ଗୁରୁତ୍ୱ ଦିଆଯାଇଥିବାର ଜଣାପଡିଛି । ସେହିଭଳି ଚନ୍ଦ୍ରାୟନ-୨କୁ ଅଧିକ ବିକଶିତ ...

    Read more

    ଶ୍ରେଷ୍ଠ ୨୦ଜଣ ୟାଟସ୍ ବିଜେତାଙ୍କ ଇସ୍ରୋ ପରିଦର୍ଶନ ଯାତ୍ରାର ଶୁଭାରମ୍ଭ

     ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ସ୍ଥାନରୁ ଚୟନ ହୋଇଥିବା ୨୦ ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀ ଅହମଦାବାଦ୍ ସ୍ଥିତ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ର ସ୍ପେଶ ଆପ୍ଲିକେସନ୍ ସେଣ୍ଟର ପରିଦର୍ଶନ ପାଇଁ ବେଶ ଉତ୍ସାହିତ ଅଛନ୍ତି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook