Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆରମ୍ଭରୁ ହୃଦୟ ଜିଣିଲା ‘ଭାରତ’

    Share on :
    Date: Nov 29, 2018    Views: 85

    ଭୁବନେଶ୍ୱର : ହକି ବିଶ୍ୱକପ ଆରମ୍ଭରୁ ଭାରତୀୟ ହକି ଟିମ ସମସ୍ତଙ୍କର ହୃଦୟ ଜିଣିପାରିଛି  । ଏକତରଫା ବିଜୟ ସହ ଦଳ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି  । ଚତୁର ରଣନୀତି ଓ ଦଳଗତ ପ୍ରଦର୍ଶନ ବଳରେ ଭାରତୀୟ ଦଳ ଆରମ୍ଭରୁ ଗୋଲବର୍ଷା କରି ୫-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି  । ଦଳ ପକ୍ଷରୁ ସିମରନଜିତ ୨ଟି ଗୋଲ ସ୍କୋର କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ମନଦୀପ, ଆକାଶଦୀପ ଓ ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ କରିଛନ୍ତି  ।

    ଭାରତ ପ୍ରାରମ୍ଭରୁ ୩-୪-୩ ଫର୍ମାଟରେ ଖେଳ ଆରମ୍ଭ କରିଥିଲା  । ସୁରେନ୍ଦ୍ର କୁମାର ଓ ହର୍ମନପ୍ରୀତ ସିଂହ ପୁଲ ବ୍ୟାକରେ ଖେଳିଥିଲେ  । ବରୁଣ କୁମାର ଡିଫେନ୍ସ ଭାର ସମ୍ଭାଳି ଥିଲେ  । ନୀଳକାନ୍ତ ଶର୍ମା, ଆକାଶଦୀପ ସିଂହ, ମନପ୍ରୀତି ସିଂହ ଓ ଚିଙ୍ଗଲେନ ସାନା ସିଂହ ମିଡ଼ ଫିଡ଼ରେ ଖେଳିଥିଲେ  । ସେହିପରି ଲଳିତ ଉପାଧ୍ୟାୟଙ୍କ ସହ ମନଦୀପ ଓ ଦିଲପ୍ରୀତ ଫରୱାଡର଼୍ରେ ଖେଳିଥିଲେ  । ଖେଳ ଆରମ୍ଭର ଦ୍ୱିତୀୟ ମିନିଟରେ ଗୋଲ ଦେବା ପାଇଁ ଭାରତ ସୁଯୋଗ ସୃଷ୍ଟି କରିଥିଲେ ବି ଗୋଲ ଦେଇପାରିନଥିଲା  । ତେବେ ନବମ ମିନଟରେ ଭାରତ ପ୍ରଥମ ଗୋଲ ଦେବାରେ ସକ୍ଷମ ହୋଇଥିଲା  । ସେହିପରି ମ୍ୟାଚର ୧୨ ମିନିଟ, ୪୩ ମିନିଟ, ୪୫ ମିନିଟ ୪୬ ମିନିଟରେ ଭାରତ ଗୋଲ ଦେଇ ହକିପ୍ରେମୀଙ୍କ ମନରେ ଖୁସିର ଫୁଆରା ଖେଳାଇ ଦେଇଥିଲା  ।

    Maximum 500 characters

    ଖେଳ ଖବର View all

    Find Us on Facebook