Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏଯାଏଁ କୋଚ କରାଯାଇନଥିବାରୁ ଦୁଃଖ ପ୍ରକାଶ କଲେ ଧନରାଜ

    Share on :
    Date: Nov 28, 2018    Views: 235

    ଭୁବନେଶ୍ୱର: ଭାରତୀୟ ହକି ଦଳର କୋଚ ହେବା ନେଇ ଆଶା ପ୍ରକାଶ କରିଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଲିଜେଣ୍ଡ ଧନରାଜ ପିଲେ । ଏଥିସହ ଏଯାଏଁ କୋଚ କରାଯାଇନଥିବାରୁ ସେ ଏକ ବୈଦୁ୍ୟତିକ ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି ।

    ଏଥିସହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେଉଥିବା ହକି ବିଶ୍ୱ କପ ପାଇଁ ଟିମ ଇଣ୍ଡିଆକୁ ଗୁରୁମନ୍ତ୍ର ଦେଇଛନ୍ତି ଧନରାଜ ପିଲେ । ସେ କହିଛନ୍ତି ଯେ, ଧିରସ୍ଥିର ଓ ଶାନ୍ତ ହୋଇ ଖେଳିଲେ ଜିତିବା ସୁନିଶ୍ଚିତ । ଭାରତ ପାଇଁ କଳିଙ୍ଗ ଷ୍ଟାଡିୟମ ନିଜ ଗ୍ରାଉଣ୍ଡ ହେତୁ ଏକ ବଡ଼ ସୁଯୋଗ  । ଏଥିସହ ୨ ଜଣ ଓଡ଼ିଆ ଖେଳାଳିଙ୍କୁ ନେଇ ଧନରାଜ ଆଶା ସଞ୍ଚାର କରିଛନ୍ତି ।

    ଏହି ଅବସରରେ ସେ କହିଛନ୍ତି ଯେ, ଭାରତୀୟ ଦଳକୁ ଓଡ଼ିଶା ଅନେକ ଖେଳାଳି ଦେଇଛି । ଭାରତୀୟ ଟିମରେ ଥିବା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଭଲ ଖେଳନ୍ତି । ସେମାନେ ଭଲ ଖେଳି ଟିମକୁ ଜିତାନ୍ତୁ ବୋଲି ଧନରାଜ କହିଛନ୍ତି । 

    Maximum 500 characters

    ଖେଳ ଖବର View all

    Find Us on Facebook