Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମଧ୍ୟପ୍ରଦେଶ ଓ ମିଜୋରମରେ ବିଧାନସଭା ନିର୍ବାଚନ

    Share on :
    Date: Nov 28, 2018    Views: 195

    ଭୋପାଳ: ମଧ୍ୟପ୍ରଦେଶ ଓ ମିଜୋରମରେ ବିଧାନସଭା ନିର୍ବାଚନ ପାଇଁ ବୁଧବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମଧ୍ୟପ୍ରଦେଶର ୨୩୦ ବିଶିଷ୍ଟ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ସେଠାରେ କ୍ରମାଗତ ଗତ ତିନି ପାଳିରେ ବିଜେପି ଶାସନ କ୍ଷମତାରେ ଥିବା ବେଳେ ଚତୁର୍ଥ ଥର ପାଇଁ ସରକାର ଗଢିବାର ସ୍ୱପ୍ନ ଦେଖୁଛି । ବିଜେପିକୁ ସେଠାରେ କଡ଼ା ଟକ୍କର ଦେବାକୁ ଯାଉଛି କଂଗ୍ରେସ । ମୁଖ୍ୟତଃ ଚାଷୀ ସମସ୍ୟାକୁ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିଥିବାବେଳେ ବିକାଶକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିଛି । 

    ସେହିପରି ୪୦ ଆସନ ବିଶିଷ୍ଟ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମିଜୋରମର ୩୯ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମିଜୋରମରେ ଦୀର୍ଘ ବର୍ଷ ଧରି କଂଗ୍ରେସ ଶାସନାଧୀନ ରହିଥିବାବେଳେ ସେଠାରେ ବିଜେପି ପ୍ରଥମ ଥର ପାଇଁ ଖାତା ଖୋଲିବାକୁ ଆଶା ବାନ୍ଧିଛି । ସେଠାରେ ୨୦୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଉଭୟ ମଧ୍ୟପ୍ରଦେଶ ଓ  ମିଜୋରମରେ ଭୋଟ ଗଣତି ଆସନ୍ତା ଡିସେମ୍ବରର ୧୧ ତାରିଖରେ ହେବ ।

    Read more

    ଚାଲିଛି ରାଜସ୍ଥାନ ଓ ତେଲେଙ୍ଗାନା ଭୋଟ, ସନ୍ଧ୍ୟାରେ ଏକଜିଟ ପୋଲ

    ନୂଆଦିଲ୍ଲୀ: ଶୁକ୍ରବାର ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି । ଦୁଇ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ କରାଯାଉଛି । ରାଜସ୍ଥାନର ୨୦୦ ଆସନରୁ ୧୯୯ ଆସନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ଅପରାହ୍ନ ୫ଟା ...

    Read more

    କର୍ଣ୍ଣାଟକ ଉପନିର୍ବାଚନ: ଭୋଟଗଣତି ଆରମ୍ଭ, ବିଜେପି ପଛୁଆ

    ବେଙ୍ଗାଲୁରୁ: କର୍ଣ୍ଣାଟକ ଉପନିର୍ବାଚନର ଭୋଟଗଣତି ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟ ଫଳାଫଳ ଆଧାରରେ ବିଜେପିକୁ ଝଟକା ଲାଗିଛି । ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ଥିବା ବେଳେ ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ଆସନରେ ଜେଡିଏସ ...

    Read more

    ୨୦୨୪ରୁ ଏକାଠି ବିଧାନସଭା ଓ ଲୋକସଭା ନିର୍ବାଚନ ସପକ୍ଷରେ ନୀତି ଆୟୋଗ

    ନୂଆଦିଲ୍ଲୀ: ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ୨୦୨୪ ମସିହାରୁ ଏକକାଳୀନ ଦୁଇ ସ୍ତରୀୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରାଇବା ପ୍ରସ୍ତାବକୁ ନୀତି ଆୟୋଗ ସମର୍ଥନ କରିଛନ୍ତି । ଏକ ସରକାରୀ ରିପୋର୍ଟରେ କୁହାଯାଇଥିଲା ଯେ ସମସ୍ତ ନିର୍ବାଚନ ସ୍ୱତନ୍ତ୍ର, ନିରପେକ୍ଷ ଏବଂ ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook