Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନିର୍ବାଚନ ଲଢି ପାରିବେନି ଖଲିଦା ଜିଆ

    Share on :
    Date: Nov 28, 2018    Views: 105

    ନୂଆଦିଲ୍ଲୀ: ବାଙ୍ଗଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଖଲିଦା ଜିଆ ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାଗ ନେଇପାରିବେ ନାହିଁ । କୋର୍ଟ ତାଙ୍କ ସାଧାରଣ ନିର୍ବାଚନରେ ଭାଗ ନେବା ଉପରେ ରୋକ ଲଗାଇଛନ୍ତି । ଦୁଇ ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗିଥିବା ବ୍ୟକ୍ତିମାନେ ନିର୍ବାଚନ ଲଢିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । 

    ପ୍ରକାଶ ଯେ, ଖଲିଦା ଭ୍ରଷ୍ଟାଚାର ସହିତ ଜଡ଼ିତ ଦୁଇଟି ମାମଲାରେ ଜେଲରେ ସଜା କାଟୁଛନ୍ତି । ଆଟର୍ଣ୍ଣି ଜେନେରାଲ ମେହବୁବ ଆଲାମ କହିଛନ୍ତି ଯେ, ଭ୍ରଷ୍ଟାଚାରର ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଖଲିଦା ଡିସେମ୍ବର ୩୦ରେ ହେବାକୁ ଥିବା ୧୧ ତମ ସାଧାରଣ ନିର୍ବାଚନରେ ଭାଗ ନେଇପାରିବେ ନାହିଁ । ଖଲିଦାଙ୍କୁ  ନିର୍ବାଚନରେ ଭାଗ ନେବାକୁ ଅଯୋଗ୍ୟ ଘୋଷିତ କରାଯାଇଛି । 
    ଖଲିଦାଙ୍କ ବିରୋଧରେ ଏନଜିଓ ଅର୍ଥ ଆତ୍ମସାତ କରିବା ଓ ତାଙ୍କ ବିରୋଧୀଙ୍କ ଉପରେ ମରଣାନ୍ତକ ଆକ୍ରମଣର ଅଭିଯୋଗ ଲଗାଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook