ମୁଖ୍ୟ ଖବର
ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୭ ତାରିଖରେ ରାଜସ୍ଥାନରେ ସାଧାରଣ ନିର୍ବାଚନ ନିମନ୍ତେ ମତଦାନ ହେବାକୁ ଯାଉଛି । ଏହା ପୂର୍ବରୁ ମଙ୍ଗଳବାର ବିଜେପି ନିଜ ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏହି ଅବସରରେ ବାଣିଜ୍ୟ ମନ୍ତ୍ରୀ ଅରୁଣ ଜେଟଲୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଉପସ୍ଥିତ ଥିଲେ । ଏହି ନିର୍ବାଚନୀ ଇସ୍ତାହାରରେ ବିଜେପି ପକ୍ଷରୁ ବହୁ ପ୍ରତିଶ୍ରୁତି ଦିଆଯାଇଛି । ସେଗୁଡ଼ିକ ମଧ୍ୟରୁ କିଛି...
୧- କୃଷକଙ୍କ ଆୟରେ ୨ ଗୁଣା ବୃଦ୍ଧି
୨- କୃଷକ ଷ୍ଟାର୍ଟ ଅପ ପାଇଁ ୨୫୦ କୋଟିର ବ୍ୟବସ୍ଥା
୩- ଶିକ୍ଷିତ ବେରୋଜଗାରଙ୍କ ପାଇଁ ମାସିକ ୫ ହଜାର ଟଙ୍କାର ଭତ୍ତା
୪- ୫୦ ଲକ୍ଷ ଯୁବକଙ୍କୁ ରୋଜଗାର ପାଇଁ ସୁଯୋଗ
୫-ଜଗାଇ ବନ୍ଧ ପାଇଁ ୬୧୦୦ କୋଟି ଟଙ୍କା
୬-ସମସ୍ତ ଗ୍ରାମ ପଞ୍ଚାୟତଗୁଡ଼ିକରେ କାର୍ଯ୍ୟାଳୟ
୭- ୧୦୮ ଆମ୍ବୁଲାନ୍ସ ସେବା
୮- ପ୍ରତି ଜିଲ୍ଲାରେ ଯୋଗ ଭବନ ନିର୍ମାଣ
ଏହି ଅବସରରେ ବସୁନ୍ଧରା ରାଜେ କହିଛନ୍ତି ଯେ, ଗତ ବର୍ଷ ସେ ନିର୍ବାଚନ ସମୟରେ ୬୬୫ଟି ପ୍ରତିଶ୍ରୁତି ଦେଇଥିଲେ ଯେଉଁଥିରୁ ସେ ୬୩୦ଟିକୁ ପୂରଣ କରିପାରିଛନ୍ତି । ତେବେ ଏ ବର୍ଷ ସଂକଳ୍ପ ପତ୍ରରେ ମଧ୍ୟ ରାଜନେତାମାନେ ବହୁ ପ୍ରତିଶ୍ରୁତି ଦେଇଛନ୍ତି । ବିଶେଷ କରି କୃଷକ ଓ ଯୁବକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି ।
Comments ସମସ୍ତ ମତାମତ 0