Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୋଦିଙ୍କୁ ଥରୁରଙ୍କ ପ୍ରଶଂସା

    Share on :
    Date: Nov 24, 2018    Views: 133

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନେକ ସମୟରେ ସମାଲୋଚନା କରୁଥିବା କଂଗ୍ରେସ ନେତା ଶଶି ଥରୁର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦି ପିଲାଦିନେ ରେଳ ଷ୍ଟେସନରେ ଚା ବିକୁଥିଲେ ବୋଲି କୌଣସି ସରକାରୀ କାଗଜପତ୍ର ନାହିଁ ବୋଲି ଦାବି କରି ନିକଟରେ ଏକ ଖବର ପ୍ରକାଶ ପାଇଥିବାବେଳେ ଥରୁର ଏହି ରିପୋର୍ଟକୁ ତୀବ୍ର ବିରୋଧ କରିଛନ୍ତି ।

    ଥରୁର ଟ୍ୱିଟ କରି କହିଛନ୍ତି ଯେ, ଅତି ସାଧାରଣ ସ୍ତରରୁ ଜଣେ ବ୍ୟକ୍ତି ସର୍ବୋଚ୍ଚ କ୍ଷମତାର ଅଧିକାରୀ ହେବା ଭାରତୀୟ ଗଣତନ୍ତ୍ର ପାଇଁ ଏହା ସୌଭାଗ୍ୟର ବିଷୟ ଏବଂ ଏଥିପାଇଁ ସମସ୍ତ ଭାରତୀୟ ମଧ୍ୟ ଗର୍ବ ଅନୁଭବ କରିବା ଉଚିତ । ମୋଦି ଜଣେ ଚା ବିକାଳିରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ନିକଟରେ ଥରୁରର ମୋଦିଙ୍କୁ ଶିବଲିଙ୍ଗ ଉପରେ ବିଛା କହି ବିବାଦରେ ଥିଲେ । ଏନେଇ ଥରୁରଙ୍କ ବିରୋଧରେ ଜଣେ ବିଜେପି ନେତା ମାନହାନି ମାମଲା ମଧ୍ୟ ରୁଜୁ କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook