Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବସୁଧା ଯୋଜନାରେ ୧୪୭ ଗାଁକୁ ମିଳିବ ପିଇବା ପାଣି

    Share on :
    Date: Nov 22, 2018    Views: 139

    ଭୁବନେଶ୍ୱର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଲୁଣିପାଣି ଅଞ୍ଚଳରେ ବସୁଧା ଯୋଜନାରେ ମିଠା ପାଣି ପ୍ରଦାନ ନେଇ ଯୋଜନା କରାଯାଇଛି । ଏହି ଯୋଜନାରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ୯୨ଟି ଓ ଗଞ୍ଜାମ ଜିଲ୍ଲା ଗଞ୍ଜାମ ଅନ୍ତର୍ଗତ ବ୍ଲକର ୫୫ଟି ଗାଁକୁ ମିଳିବ ବିଶୁଦ୍ଧ ପାଣି । ପ୍ରାୟ ୧୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ପାନୀୟ ଜଳ ପ୍ରକଳ୍ପ । 

    ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକକୁ ଗୁରୁବାର ଦିନିକିଆ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସୁଧା ଯୋଜନାରେ ୧୪୭ଟି ଗ୍ରାମକୁ ପିଇବା ପାଣି ଯୋଗାଇବା ନିମନ୍ତେ ଏକ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର କରିଛନ୍ତି । କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚାରିଛକରେ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପୁରୀ ସାଂସଦ ପିନାକୀ ମିଶ୍ର ଓ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାଶ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ । 

    ପ୍ରକାଶ ଯେ, ବ୍ରହ୍ମଗିରି ଅଞ୍ଚଳରେ ବିଶୁଦ୍ଧ ପାଣି ପାଇଁ ଲୋକେ ଦୀର୍ଘ ଦିନ ହେଲା ଚାହିଁ ବସିଥିଲେ । ଦୀର୍ଘ ଦିନ ପରେ ସେମାନଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook