Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ‘ଆମ ଗାଁ ଆମ ବିକାଶ’ରେ ମଂଜୁର ହେଲାଣି ୧୨୩୪.୩୪ କୋଟି

    Share on :
    Date: Nov 19, 2018    Views: 115

    ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୭ଟି ବ୍ଲକ ପାଇଁ ୩୩.୩୦ କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା ନୟାଗଡ଼ ଜିଲ୍ଲାର ରଣପୁର, ଯାଜପୁର ଜିଲ୍ଲାର ବରି, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ଅନୁଗ୍ୁଳ ଜିଲ୍ଲାର କିଶୋରନଗର, ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ଓ ମୟୂରଭଂଜ ଜିଲ୍ଲାର କୁଳିଅଣା ଓ ସୁକ୍ରୁଳି ବ୍ଲକ । 
    ଆଜି ମୁଖ୍ୟମନ୍ତ୍ରୀ ରଣପୁର ବ୍ଲକର ୩୭ଟି ପଂଚାୟତ ପାଇଁ ୮ କୋଟି ଟଙ୍କାରେ ୩୪୨ଟି ପ୍ରକଳ୍ପ, ବରି ବ୍ଲକର ୨୯ଟି ପଂଚାୟତ ପାଇଁ ୩ କୋଟି ଟଙ୍କାରେ ୧୬୫ଟି ପ୍ରକଳ୍ପ, ମୋହନା ବ୍ଲକର ୩୮ଟି ପଂଚାୟତ ପାଇଁ ୪.୨୮ କୋଟି ଟଙ୍କାରେ ୨୩୯ଟି ପ୍ରକଳ୍ପ, ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଂଚାୟତ ପାଇଁ ୪.୨୮ କୋଟି ଟଙ୍କାରେ ୧୯୬ଟି ପ୍ରକଳ୍ପ, କିଶୋର ନଗର ବ୍ଲକର ୨୩ଟି ପଂଚାୟତ ପାଇଁ ୫ କୋଟି ଟଙ୍କାରେ ୧୮୬ଟି ପ୍ରକଳ୍ପ, ନନ୍ଦାହାଣ୍ଡି ବ୍ଲକର ୧୧ଟି ପଂଚାୟତ ପାଇଁ ୨.୭୫ କୋଟି ଟଙ୍କାରେ ୧୪୯ଟି ପ୍ରକଳ୍ପ, କୁଳିଅଣା ବ୍ଲକର ୧୭ଟି ପଂଚାୟତ ପାଇଁ ୪.୦୯ କୋଟି ଟଙ୍କାରେ ୧୪୨ଟି ପ୍ରକଳ୍ପ ଓ ସୁକୁ୍ରୁଳି ବ୍ଲକର ୧୦ଟି ପଂଚାୟତ ପାଇଁ ୨ କୋଟି ଟଙ୍କାରେ ୮୬ଟି ପ୍ରକଳ୍ପ । ଏହିପରି ସମୁଦାୟ ୭ଟି ବ୍ଲକର ୧୪୫ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୩.୩୦ କୋଟି ଟଙ୍କାରେ ୧୩୪୦ଟି ପ୍ରକଳ୍ପ ମଂଜୁର କରିଛନ୍ତି । 
    ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୪୮ଟି ବ୍ଲକର ୫୪୨୧ଟି ପଂଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଂଜୁର କରିଛନ୍ତି । ଏ ପର୍ଯ୍ୟନ୍ତ ୫୦,୦୭୩ ଟି ପ୍ରକଳ୍ପ ପାଇଁ ୧୨୩୪.୩୪ କୋଟି ଟଙ୍କା ମଂଜୁର କରାଯାଇଛି । 
    ଆଜିର ବୈଠକରେ ଜଣାଯାଇଛି ଯେ, ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସବୁଠାରୁ ଆଗରେ ରହିଛି । ୧୭୦ଦିନ ମଧ୍ୟରେ ଧର୍ମଶାଳା ବ୍ଲକରେ ୩.୭୬ କୋଟି ଟଙ୍କାର ୧୧୯ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook