Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସ୍କଲାରସିପ ଟଙ୍କା କଟିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

    Share on :
    Date: Nov 19, 2018    Views: 247

    ଭୁବନେଶ୍ୱର: ମାଟ୍ରିକ ପାସ କରିଥିବା ଏସସି/ଏସଟି ଛାତ୍ରଛାତ୍ରୀଙ୍କ ସ୍କଲାରସିପ ଟଙ୍କା କଟିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି ।  ରାଜ୍ୟ ସରକାରଙ୍କୁ ଚଳିତ ଆର୍ଥିକ ବର୍ଷରେ ୮୦ ପ୍ରତିଶତ ଅର୍ଥ ଦିଆଯାଇଛି । 

     ପୂର୍ବରୁ କେନ୍ଦ୍ର ଏହି ବାବଦରେ ଦେଉଥିଲା ୯୦ ପ୍ରତିଶତ ଅର୍ଥ । ୨୦୧୭-୧୮ ପରଠାରୁ କେନ୍ଦ୍ର ସରକାର ନିୟମ ବଦଳାଇ ଦେଇଛନ୍ତି । ବର୍ତ୍ତମାନ ମାତ୍ର ୨୦ ପ୍ରତିଶତ ଅର୍ଥ ଆସୁଛି ବୋଲି ମୁଖ୍ୟମନ୍ତ୍ରୀ ଚିଠି ଦ୍ୱାରା ସ୍ପଷ୍ଟ କରିଛନ୍ତି । ଯୋଜନା ବାବଦରେ ଅର୍ଥରାଶି ପ୍ରଦାନ ନେଇ ଗେହଲଟଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବଭଳି ୯୦ ପ୍ରତିଶତ ଅର୍ଥ ରାଶି ଦେବା ଦିଗରେ ବିଚାର ବିମର୍ଶ କରିବାକୁ ମୁଖ୍ୟମନ୍ତ୍ରୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ।

    Read more

    ପରୀକ୍ଷାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

    କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳତି ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱୁଟ୍‍ କରି ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦଶମ ବୋର୍ଡ଼ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ...

    Read more

    ମୋ ପାଇଁ ଅପୂରଣୀୟ କ୍ଷତି: ନବୀନ

    ଭୁବନେଶ୍ୱର: ବେଦପ୍ରକାଶ ଅଗ୍ରୱାଲଙ୍କ ପରି ଜଣେ ବ୍ୟକ୍ତିଙ୍କୁ ହରାଇବା ମୋ ପାଇଁ ଓ  ବିଜେଡି ପାଇଁ ଅପୂରଣୀୟ କ୍ଷତି । ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକରେ ଶୋକବ୍ୟକ୍ତ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ବରିଷ୍ଠ ରାଜନେତା ...

    Read more

    ଆଉ ରହିନପାରେ ସମଦୂରତ୍ୱ

    ଭୁବନେଶ୍ୱର: ଇତିହାସ ପାଲଟିପାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମଦୂରତ୍ୱ ମନ୍ତବ୍ୟ । ସର୍ବଦା ସମଦୂରତ୍ୱ କହୁଥିବା ନବୀନଙ୍କ ମୁହଁରେ ଏବେ ଭିନ୍ନ କଥା ।  ‘ଇଣ୍ଡିଆ ଟୁଡେ’କୁ ସାକ୍ଷାତକାର ଦେବାବେଳେ ବଦଳିଲା ନବୀନଙ୍କ ସ୍ୱର । ପୂର୍ବରୁ ସବୁବେଳେ ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook