Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ‘ଜାଗା ମିଶନ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    Share on :
    Date: Nov 15, 2018    Views: 339983

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ୮ଟି ଜିଲ୍ଲାର ଭୂମିହୀନମାନଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ ପାଇଁ ‘ଜାଗା ମିଶନ’ର ଶୁଭାରମ୍ଭ କରିଛନ୍ତି । ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟକ୍ରମରେ ରାଜ୍ୟ ସରକାର ‘ଜାଗା ମିଶନ’ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପୌରାଞ୍ଚଳ ଓ ଏନଏସିରେ ବସବାସ କରୁଥିବା ୧୮ ଲକ୍ଷ ବସ୍ତିବାସିନ୍ଦା ଉପକୃତ ହେବେ । ବସ୍ତିବାସିନ୍ଦାମାନେ ବାସ ଉପଯୋଗୀ ଜାଗା ପାଇବା ସହିତ ଯୋଗ୍ୟ ହିତାଧିକାରୀମାନେ ଆବାସ ଯୋଜନାରେ ଘର, ପାଇପ ଜଳ, ରାସ୍ତା, ଏଲଇଡି ଲାଇଟ, ପାଇଖାନା ଓ ଅନ୍ୟାନ୍ୟ ସୁବିଧା ପାଇବେ ।
    ପୁରୀ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସମେତ ରାଜ୍ୟର ୮ଟି ଜିଲ୍ଲାରେ ଏହି ‘ଜାଗା ମିଶନ’ର ଶୁଭାରମ୍ଭ କାଳରେ ଆଜି ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲାରେ ସର୍ବାଧିକ ୬ ହଜାର ୫ଶହ ଜଣଙ୍କୁ ଏହି ପଟ୍ଟା ପ୍ରଦାନ କରାଯିବ । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ‘ଜାଗା ମିଶନ’ ଆରମ୍ଭ ହୋଇଛି । ଜିଲ୍ଲାର ୫୯୪ ଜଣ ହିତାଧିକାରୀଙ୍କ ମଧ୍ୟରୁ ଆଜି ୧୮୭ ଜଣଙ୍କୁ ପଟ୍ଟ ବଣ୍ଟନ କରାଯାଇଛି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook