Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଓଡିଶାରେ ତାର ପୁଞ୍ଜିନିବେଶକୁ ୧୦୦୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବ ଜେଏସପିଏଲ

    Share on :
    Date: Nov 12, 2018    Views: 93

    • ସମର୍ଥନ ଓ ସହଯୋଗ ନିମନ୍ତେ ଓଡିଶାବାସୀ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ଶ୍ରୀ ନବୀନ ଜିନ୍ଦଲ

    • ଅନୁଗୁଳ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୬ ନିୟୁତ ଟନ୍ରୁ ୨୦ ନିୟୁତ ଟନ୍କୁ ବୃଦ୍ଧି କରିବ ଜେଏସପିଏଲ

    • ଅନୁଗୁଳରେ ଘରୋଇ ଶିଳ୍ପ ପାର୍କ (ଇଣ୍ଡଷ୍ଟ୍ରିଆଲ ପାର୍କ) ପ୍ରତିଷ୍ଠା କରିବ ଜେଏସପିଏଲ

    ଭୂବନେଶ୍ୱର : ଓଡିଶାବାସୀ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଦ୍ୱାରା ପ୍ରୋତ୍ସାହିତ ହୋଇ, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପିଏଲ) ରାଜ୍ୟରେ ତାର ପୁଞ୍ଜି ନିବେଶ ୨୦୩୦ ସୁଦ୍ଧା ୪୫୦୦୦ କୋଟି ଟଙ୍କାରୁ ୧୦୦୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବ  । ମେକ୍ ଇନ୍ ଓଡିଶା କନ୍କ୍ଲେଭର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭାଗନେଇ ଜେଏସପିଏଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏହା ଘୋଷଣା କରିଛନ୍ତି  ।  ଅନୁଗୁଳ ସ୍ଥିତ ତାର ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୬ ନିୟୁତ ଟନ୍ରୁ ୨୦ ନିୟୁତ ଟନ୍କୁ ବୃଦ୍ଧି କରିବା ସହିତ ନିଯୁକ୍ତି ସୁଯୋଗ ୫୦୦୦୦ରୁ ୧୦୦୦୦୦କୁ ବୃଦ୍ଧି ଘଟିବ  ।

    ଓଡିଶାରେ ଜେଏସପିଏଲର ଯାତ୍ରା ସଂପର୍କରେ ଶ୍ରୀ ଜିନ୍ଦଲ କହିଲେ ଯେ, ଓଡିଶା ସହିତ ଜେଏସପିଏଲର ସଂପର୍କ ୩୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା  । ଜିନ୍ଦଲ ଗ୍ରୁପ୍ର ପ୍ରତିଷ୍ଠାତା ଶ୍ରୀ ଓପି ଜିନ୍ଦଲ ଓଡିଶାରେ  ଏକ ବାର୍ଷିକ ୧ ନିୟୁତ ଟନ୍ କ୍ଷମତା ବିଶିଷ୍ଠ ଇସ୍ପାତ କାରାଖାନା ପ୍ରତିଷ୍ଠା କରିବା ପାଇଁ ଯୋଜନା କରିଥିଲେ  ।  ସ୍ୱଦେଶୀ କଂଚାମାଲ ବ୍ୟବହାର କରି ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରାଖାନା ପ୍ରତିଷ୍ଟା କରିବା କାର୍ଯ୍ୟ ୨୦୦୩ରେ ଜେଏସପିଏଲ ଆରମ୍ଭ କରିଥିଲା  । ବିଶ୍ୱରେ ପ୍ରଥମ ଥର ପାଇଁ କୋଲ୍ ଗ୍ୟାସିଫିକେସନ ଦ୍ୱାରା  ଇସ୍ପାତ ତିଆରି କରିବା ନିମନ୍ତେ ଜେଏସପିଏଲ କାରାଖାନା ପ୍ରତିଷ୍ଠା କରିଛି  ।  କୋଲ୍ ଆବଂଟନ ରଦ୍ଧ ହେବା, ଜେଏସପିଏଲ ପାଇଁ ଆହ୍ୱାନପୂର୍ଣ୍ଣ ହୋଇଯାଇଥିଲା  । କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇ ଜେଏସପିଏଲ ଭାରତର ସର୍ବବୃହତ ଓ ଅତ୍ୟଧୁନିକ ବ୍ଲାଷ୍ଟ ପର୍ଣ୍ଣାସ, ସିଂଟର ପ୍ଲାଂଟ୍ ଏବଂ କୋକ ଓଭନ ପ୍ରତିଷ୍ଠା କରିଥିଲା  ।

    ଯେତେ ବେଳେ ଆମ ପାଇଁ ଅନେକ ଆହ୍ୱାନ ଥିଲା, ସେତେବେଳେ ରାଜ୍ୟ ସରକାର, ଓଡିଶାର ଜନସାଧାରଣ ଏବଂ ମୂଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆମେ ଅନେକ ସମର୍ଥନ ଓ ସହଯୋଗ ପାଇଥିଲୁ ବୋଲି ଶ୍ରୀ ନବୀନ ଜିନ୍ଦଲ କହିଥିଲେ  ।

    ଅନୁଗୁଳଠାରେ ଓଡିଶାର ସର୍ବବୃହତ ଇସ୍ପାତ କାରଖାନା ସହିତ, ଜେଏସପିଏଲ କେନ୍ଦୁଝରର ବଡବିଲଠାରେ ଭାରତର ସର୍ବବୃହତ ପେଲେଟ୍ କାରଖାନା ପରିଚାଳନା କରୁଛି  ।

    ଏହା ସହିତ ଶ୍ରୀ ଜିନ୍ଦଲ ଘୋଷଣା କରିଥଲେ ଯେ, ରାଜ୍ୟସରକାର ଓ ମୂଖ୍ୟମନ୍ତ୍ରୀଙ୍କ ପ୍ରେରଣାକ୍ରମେ, ଜେଏସପିଏଲ ଅନୁଗୁଳଠାରେ ଏକ ଘରୋଇ ଶିଳ୍ପ ପାର୍କ (ଇଣ୍ଡଷ୍ଟ୍ରିଆଲ ପାର୍କ) ପ୍ରତିଷ୍ଠା କରିବ  । ଏହି ପାର୍କରେ ନିବେଶକମାନଙ୍କୁ ଜମି, ଜଳ, ବିଦ୍ୟୁତ ଭଳି ସମସ୍ତ ସୁବିଧା ଯୋଗାଇ ଦିଆଯିବ  । 

    ଜେଏସପିଏଲର ସାମାଜିକ ଦାୟିତ୍ୱବୋଧକୁ ପୁନରାବୃତି କରି ଶ୍ରୀ ଜିନ୍ଦଲ କହିଲେ ଯେ, ଇସ୍ପାତ ତିଆରି ସାଙ୍ଗକୁ ଲୋକମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ଆଦି ସାମାଜିକ ଦାୟିତ୍ୱ ପ୍ରତି ଜେଏସପିଏଲ ବିଷେସ ଭାବରେ ଯତ୍ନବାନ  ।  

    ଆଗ୍ରହୀ ନିବେଶକମାନେ ଓଡିଶାର ଶିଳ୍ପୋନୁକୂଲ ଓ ସହାୟକ ବ୍ୟବସ୍ଥାର ଲାଭନେଇ ରାଜ୍ୟରେ ପୁଞ୍ଜିନିବେଶକ କରିବାକୁ ଆଗେଇ ଆସିବା ନିମନ୍ତେ ଶ୍ରୀ ଜିନ୍ଦଲ ଆହ୍ୱାନ ଦେଇଥିଲେ  । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook