Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କେଉଁ ଶିଳ୍ପପତି ଦେଲେ କେଉଁ ପ୍ରତିଶ୍ରୁତି

    Share on :
    Date: Nov 12, 2018    Views: 1111

    ଭୁବନେଶ୍ୱର: ଗତକାଲି ଉଦଘାଟିତ ମେକ ଇନ ଓଡ଼ିଶା କନକ୍ଲେଭ ୨୦୧୮ର ଆଜି ଦ୍ୱିତୀୟ ଦିବସ । । ଏହି ଅବସରରେ ଆଜି ଗୁରୁତ୍ୱପୂର୍ଣ୍ଣ ବିଜନେସ ଲିଡରସିପ ସମିଟ ଅନୁଷ୍ଠିତ ହେଉଛି । ଏଥିରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସମେତ ନବୀନ ଜିନ୍ଦଲ, ସଜ୍ଜନ ଜିନ୍ଦଲ, ଗୌତମ ଅମ୍ବାନୀ, ରନଜୀସ କୁମାର, ସଞ୍ଜୀବ ପୁରୀ ଓ କୁମାର ମଙ୍ଗଳମ ବିର୍ଲା ଭଳି ବହୁ ଶିଳ୍ପପତି ପ୍ରମୁଖ ଯୋଗ ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଶିଳ୍ପପତି ମାନେ ଆର୍ଥିକ ବ୍ୟବସ୍ଥାର ଉନ୍ନତି ପାଇଁ ଅନେକଗୁଡ଼ିଏ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଶିଳ୍ପପତିମାନେ କି କି ପ୍ରତିଶ୍ରୁତି ଦେଲେ ଓ ନିଜ ବକ୍ତବ୍ୟରେ କଣ କହିଲେ ସେ ସମ୍ପର୍କରେ ସଂକ୍ଷେପରେ ଆସନ୍ତୁ ଜାଣିବା  ।

    ୧- ନବୀନ ଜିନ୍ଦଲ: ଅନୁଗୁଳରେ ଆମେ ୪୫ ହଜାର କୋଟି ଟଙ୍କା ନିବେଶ କରିଛୁ । ବାର୍ଷିକ ୬ ମିଲିୟନ ଟନ ଷ୍ଟିଲ ଉପôାଦନ ହେଉଛି ।  ଷ୍ଟିଲ ଉପôାଦନ ୨୦ ମିଲିୟନ ଟନକୁ ବୃଦ୍ଧି ଆଶା ରଖାଯାଇଛି ।  ୨୦୩୦ ସୁଦ୍ଧା ଲକ୍ଷେ କୋଟିର ପୁଞ୍ଜିନିବେଶ କରାଯିବ ବୋଲି ଜେଏସପିଲର ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି । 

    ୨-ସଞ୍ଜନ ଜିନ୍ଦଲ: ଓଡ଼ିଶାରେ ଅତ୍ୟାଧୁନିକ ଇସ୍ପାତ କାରଖାନା କରିବ ଜେଏସଡବ୍ଲୁ୍ୟ । ତୃତୀୟ ରାଜ୍ୟଭାବେ ଓଡ଼ିଶା ଟ୍ରିଲିୟନ ଡଲାର ଅର୍ଥନୀତି ଦେବ । ମହାରାଷ୍ଟ୍ର ଓ ତାମିଲନାଡ଼ୁ ପରେ ଓଡ଼ିଶା ଟ୍ରିଲିୟନ ଡଲାର ଅର୍ଥନୀତି ଦେବାରେ ତୃତୀୟ ରାଜ୍ୟ ହେବ ବୋଲି ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ରେ ଜେଏସଡବ୍ଲୁ୍ୟର ମୁଖ୍ୟ ସଜ୍ଜନ ଜିନ୍ଦଲ କହିଛନ୍ତି ।

    ୩- କୁମାର ମଙ୍ଗଳମ ବିର୍ଲା: ଓଡ଼ିଶାରେ ଆସନ୍ତା ୨ ବର୍ଷରେ ୨ ବିଲିୟନ ଡଲାର ନିବେଶ କରାଯିବ ବୋଲି ଅଦିତ୍ୟ  ଗ୍ରୁପର ମୁଖ୍ୟ କୁମାର ମଙ୍ଗଳମ ବିର୍ଲା ଘୋଷଣା କରିଛନ୍ତି । ଏଥିସହ ବିର୍ଲା ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶାଂସା କରିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକୁ ନେଇ ମଧ୍ୟ ପ୍ରଶଂସା କରିଛନ୍ତି । କଳିଙ୍ଗ ବାଲିଯାତ୍ରାର ଐତିହ୍ୟକୁ ମଧ୍ୟ ବିର୍ଲା ମନେ ପକାଇଛନ୍ତି । 

    ୪-ମୁକେଶ ଅମ୍ବାନୀ:  ଓଡ଼ିଶା ନିବେଶକଙ୍କ ପାଇଁ ପ୍ରମୁଖ ଲକ୍ଷ୍ୟସ୍ଥଳ ହୋଇଛି । ଓଡ଼ିଶାରେ ରିଲିଆନ୍ସ ୬ ହଜାର କୋଟି ପୁଞ୍ଜି ନିବେଶ କରିଛି । ତେବେ ଆଉ ୩ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି । ଗତ ୨ ବର୍ଷରେ ଓଡ଼ିଶାରେ ରିଲାଏନ୍ସ ୩୦ ହଜାର ନିଯୁକ୍ତି ସୃଷ୍ଟି କରିଛି ।  ଏହି ଅବସରରେ ଦେଶରେ ଡାଟା ଖର୍ଚ୍ଚରେ ଓଡ଼ିଶା ନମ୍ବର ୱାନ ବୋଲି ମୁକେଶ ଅମ୍ବାନୀ କହିଛନ୍ତି ।

    ଅନ୍ୟପକ୍ଷରେ ଓଡ଼ିଶାରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଏକ ଆଥଲେଟିକ୍ସ ସେଣ୍ଟର କରାଯିବ ବୋଲି ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି । ଓଡ଼ିଶା ସରକାରଙ୍କ ସହ ମିଶି ଆଥଲେଟିକ୍ସ ସେଣ୍ଟର କରାଯିବ ବୋଲି ସେ କହିଛନ୍ତି ।  ଆଥଲେଟିକ୍ସ ସେଣ୍ଟରରେ ଓଡ଼ିଶାର ପ୍ରତିଭାମାନଙ୍କୁ ତାଲିମ ଦିଆଯିବ ବୋଲି ସେ କହିଛନ୍ତି । ଏହି ଅବସରରେ ମୁକେଶ ଅମ୍ବାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ମଧ୍ୟ ପ୍ରଶଂସା କରିଥିଲେ ।

    ୫- ନଟରାଜନ ଚନ୍ଦ୍ରଶେଖରନ: ତାଙ୍କ କମ୍ପାନୀ ଓଡ଼ିଶାରେ ୨୫ ହଜାର କୋଟି ପୁଞ୍ଜିନିବେଶ କରିବ ବୋଲି ଟାଟା ସନସ ଗ୍ରୁପର ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖରନ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଟାଟା କମ୍ପାନୀ ଓଡ଼ିଶାରେ ୭୫ ହଜାର କୋଟିର ପୁଞ୍ଜି ନିବେଶ କରି ସାରିଥିବାବେଳେ ଏବେ ୨୫ ହଜାର କୋଟିର ନୂତନ ନିବେଶ ପରେ ସବୁଦାୟ ପୁଞ୍ଜିନିବେଶର ପରିମାଣ ୧ ଲକ୍ଷ କୋଟି ବୋଲି ସେ କହିଛନ୍ତି । 

    Maximum 500 characters

    ଅଧିକ ମତାମତ

    IMPLEMENT HELE BHALA

    DIPTI

    Nov 12, 2018

    ଯୋଜନା ଓ ବିକାଶ View all

    Find Us on Facebook