Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟର ବେଶ ପ୍ରଦର୍ଶନୀ

    Share on :
    Date: Nov 12, 2018    Views: 137

    ଭୁବନେଶ୍ୱର:  ସମଗ୍ର ପୃଥିବୀରେ ପବିତ୍ର ଭାରତ ବର୍ଷ ଦେବଭୂମି ରୂପେ ପୁରାଣ ବିଦିତ । ଚାରିଧାମ ସମେତ ଅନେକ ଆଧ୍ୟାତ୍ମିକ ନଗରୀରେ ସୁପ୍ରତିଷ୍ଠିତ ପ୍ରାଚୀନ ମନ୍ଦିର ମାନଙ୍କର ବେଶ ପରମ୍ପରା ସ୍ୱତନ୍ତ ତଥା ଅନନ୍ୟ ଅଟେ । ପ୍ରଥମ ଥର  ନିମନ୍ତେ ଜାତୀୟ ସ୍ତରୀୟ ଆଲୋଚନାଚକ୍ରରେ  ମନ୍ଦିର ମାନଙ୍କର ଦୈନନ୍ଦିନ ଓ ଯାନିଯାତ୍ରା ସମୟରେ ଅନୁଷ୍ଠିତ ବେଶମାନ ସମ୍ବନ୍ଧରେ ବିଦ୍ୱାନମାନେ ତଥ୍ୟ ସଂଗ୍ରହ ପୂର୍ବକ ଲିକଲୋଚନକୁ ଆଣିବା ଫଳରେ ଭାରତର ବିଭିନ୍ନ ଅଞ୍ଚଳର ଦେବୀମାନଙ୍କ ବେଶ ପରମ୍ପରା ସମ୍ପର୍କରେ ଭକ୍ତମାନେ ବିଶେଷ ଭାବେ ଜ୍ଞାନ ଅର୍ଜ୍ଜନ କରିପାରିବେ ବୋଲି ସ୍ଥାନୀୟ ନାଲ୍କୋ ନଗର କମ୍ୟୁନିଟି ସେଣ୍ଟର ଅଡିଟୋରିୟମ୍ ଠାରେ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ  ନାଲ୍କୋ ନଗର ମନ୍ଦିର କମିଟିର ଆନୁକୂଲ୍ୟରେ ଆୟୋଜିତ ଏକ ଦିବସୀୟ ବ୍ୟାପି ଜାତୀୟ ଆଲୋଚନାଚକ୍ରରେ ଅତିଥିମାନେ ମତ ପ୍ରଦାନ କରିଛନ୍ତି । ବିଶିଷ୍ଟ ଅତିଥି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଏବଂ ନାଲ୍କୋ  ସିଏମଡି ଡଃ ତପନ କୁମାର ଚାନ୍ଦଙ୍କ ଉପସ୍ଥିତିରେ ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ ହୋଇଥିଲା ।  ସଭାପତି ରୂପେ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଲକାନ୍ତ ମିଶ୍ର ଓ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଦ୍ୟାଳୟ, ବିହାରର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଯୋଗଦାନ କରିଥିଲେ । ଆଲୋଚନାଚକ୍ରର ନିଦେ୍ର୍ଧଶକ ଡଃ ଭାସ୍କର ମିଶ୍ର ଅତିଥିମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନକରିଥିଲେ । ଏହାର ଆଭିମୁଖ୍ୟ ସମ୍ପର୍କରେ ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର ବକ୍ତବ୍ୟ ରଖିଥିଲେ । ଉପାଧ୍ୟକ୍ଷ ଶ୍ରୀ ନନ୍ଦ କିଶୋର ଜେନା ଧନ୍ୟବାଦ ଅର୍ପଣ ଜଣାଇଥିଲେ ।

    ଏହି ଆଲୋଚନାଚକ୍ରରେ ନଭିମୁମ୍ବାଇ, ତିରିପତି, ବନାରସ, ଗୁଜୁରାଟ, କୋଲକାତା, ବୃନ୍ଦାବନ ସମେତ ଓଡ଼ିଶାର ବହୁ ବିଦ୍ୱାନ, ଗବେଷକମାନେ ଅଂଶ ଗ୍ରହଣ କରି ସନ୍ଦର୍ଭ ଉପସ୍ଥାପନା କରିଥିଲେ । ଏଥିରେ ସିଦ୍ଧବିନାୟକ ମନ୍ଦିର, ବାଲାଜୀ ଭେଙ୍କଟେଶ୍ୱର, ମୀନାକ୍ଷୀ ମନ୍ଦିର, ପଦ୍ମାବତୀ ମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କେନ୍ଦ୍ରାପଡା ବଳଦେବଜୀଉ, ବୃନ୍ଦାବନ ଶ୍ରୀଶ୍ୟାମସୁନ୍ଦର ଜୀଉ, ବନାରସର କାଶୀବିଶ୍ୱନାଥ, ରାମେଶ୍ୱର, ସୀମାଂଚଳର ଶ୍ରୀନୃସିଂହ, ଯାଜପୁରର ବିରଜା, କଣ୍ଟିଲୋ ଶ୍ରୀଣୀଳମାଧନ, ଅଲାରନାଥ, ସତ୍ୟବାଦୀର ଶ୍ରୀସାକ୍ଷୀଗୋପାଳ, କେଉଁଝର, ନୟାଗଡ଼, ଓଡ଼ଗାଁ, ହଗତସିଂହପୁର, ବାରିପଦା, ବାଲେଶ୍ୱର, କଟକ, ଖୋର୍ଦ୍ଧା ପ୍ରଭୃତି ଅଞ୍ଚଳର ପ୍ରସିଦ୍ଧ ଦେବଦେବୀ ମନ୍ଦିର ମାନଙ୍କରେ ବେଶ ପରମ୍ପରା ଉପରେ ଡକ୍ଟର ବିଜୟ ନାରାୟଣ ରାମାନୁଜ ଦାସ, ପ୍ରଫେସର ପ୍ୟାରୀ ପଟ୍ଟନାୟକ, ଡଃ ଜନ୍ମେଜୟ ଚୌଧୁରୀ, ଡଃ ଅସିତ ମହାନ୍ତି, ଡଃ କଲ୍ୟାଣୀ ନନ୍ଦୀ, ଡଃ ତୁଳସୀ ଓଝା, ଡଃ ଉମେଶ ଚିହ୍ନରା,  ମୁରଲୀଧର ପଲ୍ଲ୍ାଇ, ମହନ୍ତ ସୁବଳ ଚରଣ ଦାସଜୀ, ଡଃ ଗଙ୍ଗାଧର ପଣ୍ଡା, ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ, ଡଃ ଜ୍ଞାନ ରନ ପଣ୍ଡା, ପଣ୍ଡିତ ରଘୁନନ୍ଦନ ପଣ୍ଡା, ଗବେଷକ ନୀଳମଣି ସୁଆର, ଶ୍ରଦ୍ଧାଳି କାନୁନ୍ଗୋ, ପ୍ରଫେସର ଜୟକୃଷ୍ଣ ଦାସ ପ୍ରମୁଖ ଆଲୋକପାତ କରିଥିଲେ । ଆଲୋଚନାଚକ୍ରକୁ ସଂଯୋଜନା କରିଥିଲେ ଅଧ୍ୟପକ ସୁନୀଲ ରଥ ଓ ଆଡେଭୋକେଟ୍ ପୂର୍ଣ୍ଣଚନ୍ଦ୍ର ଦାସ । ଟ୍ରଷ୍ଟ ପକ୍ଷରୁ ସୁମିତ୍ରା ଜେନା, ଦେବେନ୍ଦ୍ର କୁମାର ଦାସ, ରବି ରାୟ, ରାଧାବଲ୍ଲଭ ସିଂ, ମହେଶ ନାୟକ ପ୍ରମୁଖ ସହାୟତା କରିଥିଲେ । ଉଦ୍ଘାଟନୀ ସମାରୋହରେ  ସିଏମ୍ଡ଼ି ଡଃ ତପନ କୁମାର ଚାନ୍ଦଙ୍କ ସମେତ ବିଶିଷ୍ଟ ଅତିଥି ରୂପେ ସାଂସଦ ପଦ୍ମ ବିଭୂଷଣ ଡଃ ରଘୁନାଥ ମହାପାତ୍ର, ଜେଏସ୍ପିଏଲ୍ ଟ୍ରଷ୍ଟର ସଭାପତି ଶ୍ରୀମତୀ ସାଲୁ ଜିନ୍ଦଲ, ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଡଃ ସୁବାସ ପାଣି ପ୍ରମୁଖଙ୍କ ଗାରିମାମୟ ଉପସ୍ଥିତିରେ ମହାପ୍ରଭୁଙ୍କର ରଘୁନାଥ ବେଶ ପ୍ରଦର୍ଶନର ଶୁଭାରମ୍ଭ ହୋଇଥିଲା । ଟ୍ରଷ୍ଟର ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର ବେଶ ମହୋସôବ କମିଟିର ଉପାଧ୍ୟକ୍ଷ ନନ୍ଦକିଶୋର ଜେନା, ରାଧାବଲ୍ଲଭ ସିଂ, ଡକ୍ଟର ମାନସ ମଲ୍ଲିକ, ବିଶ୍ୱନାଥ ସାମନ୍ତରା, ରବିନାରାୟଣ ମହାପାତ୍ର, କୃଷ୍ଣଚନ୍ଦ୍ର ରଥ, ଗୋବିନ୍ଦ ଘୋଷ, ଚାରଣ ଗୋବିନ୍ଦ ବେହେରା, ନିରଞ୍ଜନ ଦାଶ ପ୍ରମୁଖ  ଯୋଗଦାନ କରିଥିଲେ ।

    Maximum 500 characters

    ଅର୍ଥନୀତି View all

    Find Us on Facebook