Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଦିନରେ ମହିଳା ନାଇଟ ପିନ୍ଧିଲେ ୨ ହଜାର ଜୋରିମାନା

    Share on :
    Date: Nov 12, 2018    Views: 277

    ହାଇଦ୍ରାବାଦ: ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଦିନରେ ମହିଳାମାନେ ନାଇଟ୍ ପିନ୍ଧିଲେ ୨ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଆଉ ଯେଉଁ ମହିଳା ନାଇଟ୍ ପିନ୍ଧିଥିବେ ତାଙ୍କୁ ଯଦି କେହି ଧରାଇଦେଲେ ତେବେ ତାଙ୍କୁ ବି ୧୦୦୦ ଟଙ୍କା ପୁରସ୍କାର ମିଳିବ । ଏମିତି ଅଜବ ନିଷ୍ପତି ନେଇଛି ଏକ ଗାଁ କମିଟି । 

    ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲା ତୋକାଲାପଲ୍ଲୀ ଗାଁରେ ମହିଳାମାନଙ୍କୁ ଦିନରେ ନାଇଟ ପିନ୍ଧା ଉପରେ ରୋକ ଲଗାଯାଇଛି । ଏହି ନିଷ୍ପତି ନେଇଛି ଗାଁ କମିଟି । ମହିଳାମାନେ ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ନାଇଟ୍ ପିନ୍ଧି ପାରିବେ ନାହିଁ ଗାଁ କମିଟି ରୋକଠୋକ ଶୁଣାଇ ଦେଇଛି । ଏହି ଆଇନକୁ ସମସ୍ତେ ବାଧ୍ୟତାମୂଳକ ଭାବେ ମାନିବାକୁ ମଧ୍ୟ କୁହାଯାଇଛି । ନାଇଟ୍ କେବଳ ରାତିରେ ମହିଳାମାନେ ପିନ୍ଧିପାରିବେ । 

    Maximum 500 characters

    ଅଜବ View all

    Find Us on Facebook