Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବିଜନେସ ଲିଡରସିପ ସମିଟ

    Share on :
    Date: Nov 12, 2018    Views: 141

    ଭୁବନେଶ୍ୱର: ଗତକାଲି ଉଦଘାଟିତ ମେକ ଇନ ଓଡ଼ିଶା କନକ୍ଲେଭ ୨୦୧୮ର ଆଜି ଦ୍ୱିତୀୟ ଦିବସ । ଏହି ଅବସରରେ ଆଜି ଗୁରୁତ୍ୱପୂର୍ଣ୍ଣ ବିଜନେସ ଲିଡରସିପ ସମିଟ ଅନୁଷ୍ଠିତ ହେଉଛି । ଏଥିରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସମେତ ନବୀନ ଜିନ୍ଦଲ, ସଜ୍ଜନ ଜିନ୍ଦଲ, ଗୌତମ ଅମ୍ବାନୀ, ରନଜୀସ କୁମାର ଓ ସଞ୍ଜୀବ ପୁରୀ ପ୍ରମୁଖ ଯୋଗ ଦେଇଛନ୍ତି । 

    ଏଥିରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଯୋଗଦେଇ ନିମନ୍ତ୍ରଣ ରକ୍ଷା କରି ଯୋଗଦେଇଥିବାରୁ  ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସିଙ୍ଗଲ ୱିଣ୍ଡୋ କ୍ଷେତ୍ରରେ ଓଡ଼ିଶାର ସଫଳତା ନେଇ ମତ ରଖିଥିଲେ । ଓଡ଼ିଶାରେ ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟାପକ ସୁଯୋଗ ରହିଛି । ଏଥିସହ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିମାନଙ୍କୁ ଆହ୍ୱାନ ଜଣାଇଥିଲେ । 

    ଏହି ଅବସରରେ ଶିଳ୍ପ ସଚିବ ସଞ୍ଜିବ ଚୋପ୍ରା ଓଡ଼ିଶା ଶିଳ୍ପାୟନର ଇତିହାସ, ପ୍ରଗତି ଓ ସମ୍ଭାବନା ସମେତ ରାଜ୍ୟ ସରକାରଙ୍କ ସିଙ୍ଗଲ ୱିଣ୍ଡୋ ସମ୍ପର୍କରେ ଆଲୋକପାତ କରିଥିଲେ ।

    ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିଳ୍ପମନ୍ତ୍ରୀ ଅନନ୍ତ ଦାସଙ୍କ ସମେତ ରାଜ୍ୟ ପଦାଧିକାରୀମାନେ ଉପସ୍ଥିତ ଅଛନ୍ତି । 

    Read more

    ୬ଲକ୍ଷ ଏସଏଚଜିକୁ ମିଳିବ ମୋବାଇଲ: ନବୀନ

    ଭୁବନେଶ୍ୱର : ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଡିଜିଟାଲ କ୍ଷେତ୍ରରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ମହିଳା ଜ୍ଞାନ ଅର୍ଥନୀତିର ସୁଯୋଗ ପାଆନ୍ତୁ ଓ ଏହାର ପଦକ୍ଷେପ ସ୍ୱରୂପ ରାଜ୍ୟର ୬ଲକ୍ଷ ମିଶନ ଶକ୍ତି ଗ୍ରୁପକୁ ସ୍ମାର୍ଟଫୋନ୍ ଯୋଗାଇ ...

    Read more

    ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ଦିବସ

    ଭୁବନେଶ୍ୱର: ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ର ଆଜି ହେଉଛି ତୃତୀୟ ଦିବସ ।  ଆଜି ସ୍ୱାସ୍ଥ୍ୟ, ପୋଷାକ ଓ ବୟନ ଶିଳ୍ପ, ଧାତବ ଆନୁଷଙ୍ଗିକ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ରସାୟନ ଓ ପେଟ୍ରୋରସାୟନ, ଷ୍ଟାର୍ଟଅପ, ମହାକାଶ ଓ ପ୍ରତିରକ୍ଷା ସାମଗ୍ରୀ, କୃଷି ବ୍ୟବସାୟ, ...

    Read more

    ଦେଢ଼ ଲକ୍ଷ କୋଟି ନିବେଶର ପ୍ରତିଶ୍ରୁତି

    ଭୁବନେଶ୍ୱର : ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ରେ ଏଯାଏଁ ମିଳିଛି ପ୍ରାୟ ଦେଢ଼ ଲକ୍ଷ କୋଟିରୁ ଉଦ୍ଧ୍ୱର୍ ନିବେଶ ପ୍ରତିଶ୍ରୁତି  ।  ଜିନ୍ଦଲ ଗ୍ରୁପ ୫୫ ହଜାର କୋଟି ନିବେଶର ପ୍ରତିଶ୍ରୁତି ଦେଇଥିବାବେଳେ ରିଲିୟାନ୍ସ ୩ ହଜାର କୋଟି ଟଙ୍କା ନିବେଶ କରିବା ପାଇଁ ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook