Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ‘ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

    Share on :
    Date: Nov 11, 2018    Views: 183

    ଭୁବନେଶ୍ୱର : ‘କିଏ ଭାବିଥିଲା ଦେଶର ସ୍ମାର୍ଟ ସିଟି ଚ୍ୟାଲେଞ୍ଜରେ ଓଡ଼ିଶା ଶୀର୍ଷରେ ରହିବ ? କିଏ ଭାବିଥିଲା ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ୱ ମାନକ ସ୍ଥାପନ କରିବ ? କିଏ ଭାବିଥିଲା ଦେଶର ଖାଦ୍ୟ ସୁରକ୍ଷାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ ? କିଏ ଭାବିଥିଲା ସର୍ବାଧିକ ଲୋକଙ୍କୁ ଓଡ଼ିଶା ଗରିବୀରୁ ଉପରକୁ ଉଠାଇବ ? ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ସର୍ବାଙ୍ଗୀନ ବିକାଶ କରିଛି  । ଓଡ଼ିଶାରେ ଥିବା ଅଫରୁନ୍ତ ବ୍ୟବସାୟିକ ଓ ଅଭିବୃଦ୍ଧି ସୁଯୋଗକୁ ଖୋଜିବା ପାଇଁ ମୁଁ ଆମନ୍ତ୍ରଣ କରୁଛି  ।’ ମେକ ଇନ ଓଡ଼ିଶା କନକ୍ଳେଭ-୨୦୧୮କୁ ଉଦଘାଟନ କରି ନିବେଶକ ଓ ପୁଞ୍ଜିପତିମାନଙ୍କୁ ଏହି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

    ଜନତା ମଇଦାନରେ ମେକ ଇନ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣର ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଲେଯେ, ଦୁଇବର୍ଷ ତଳେ ରାଜ୍ୟ ସରକାରଙ୍କ ଏହି ଫ୍ଲାଗସିପ ନିବେଶକ ସମ୍ମିଳନୀ ଆରମ୍ଭ ହୋଇଥିଲା  । ଏହି ଏକ୍ସପୋରେ ଓଡ଼ିଶାର ଶିଳ୍ପ ସାମର୍ଥ୍ୟ ପ୍ରତିପାଦିତ ହେବ  । ରାଜ୍ୟର ବହୁ ଶିଳ୍ପ ସଂସ୍ଥା ସେମାନଙ୍କ ସଫଳତାର କାହାଣୀ ପ୍ରଦର୍ଶିତ କରିବେ  । ରାଜ୍ୟ ଅର୍ଥନୀତିକୁ ସମୃଦ୍ଧ କରିଥିବା ସମସ୍ତ ଶିଳ୍ପ ସଂସ୍ଥାକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ସେମାନେ ଅଭିବୃଦ୍ଧି ହାସଲ କରନ୍ତୁ ବୋଲି କାମନା କରିଥିଲେ  ।

    ମୁଖ୍ୟମନ୍ତ୍ରୀ କହିଲେଯେ, କଳା ଓ ଭାସ୍କର୍ଯ୍ୟର ଭୂମି ଭାବେ ମାନ୍ୟତା ପାଇଥିବା ଓଡ଼ିଶା ଏବେ ଦେଶର ଅଭିବୃଦ୍ଧିରେ ଅଂଶୀଦାର ହୋଇପାରିଛି  । ବହୁ ବାଣିଜି୍ୟକ ଓ ଶିଳ୍ପ କ୍ଷେତ୍ରରେ ପ୍ରଶିକ୍ଷିତ ରାଜ୍ୟର ଦକ୍ଷ ମାନବସମ୍ବଳ ଯୋଗୁଁ ଏହା ସମ୍ଭବପର ହୋଇପାରିଛି  । ଏହି ଯୁବକ ଓ ଯୁବତୀମାନେ ହେଉଛନ୍ତି ‘ମୁଁ ଓଡ଼ିଶା’ ଅଭିଯାନର ସୂତ୍ରଧର  । ଓଡ଼ିଶାକୁ ଶିଳ୍ପ ଶକ୍ତିକେନ୍ଦ୍ରରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଜ୍ୟର ପୁଅ ଝିଅଙ୍କୁ ଏହି ଏକ୍ସପୋ ମୁଖ୍ୟମନ୍ତ୍ରୀ ଉତ୍ସର୍ଗୀକୃତ କରିଥିଲେ  ।

    ଆଗାମୀ ଚାରି ଦିନ ମଧ୍ୟରେ ବିଶ୍ୱର କୋଣ ଅନୁକୋଣରୁ ଏଠାରେ ଅତିଥିମାନେ ଉପସ୍ଥିତ ରହିବେ  । ଓଡ଼ିଶାରେ ଥିବା ବ୍ୟବସାୟିକ ଓ ଅଭିବୃଦ୍ଧିର ସୁଯୋଗକୁ ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଆହ୍ୱାନ ଦେଇଥିଲେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook