Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଗଞ୍ଜାମରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ

    Share on :
    Date: Nov 10, 2018    Views: 403

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ଶନିବାର ପୂର୍ବାହ୍ଣ ୧୧ଟାରେ ଗଞ୍ଜାମର ଶେରଗଡ଼ରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।  ପରେ ଶେରଗଡ଼ରେ ଏକ କାର୍ଯ୍ୟକ୍ରମରେ ୮କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏକ ସରକାରୀ ଆଇଟିଆଇ କଲେଜ, ୧ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଦକ୍ଷତା ବିକାଶ କେନ୍ଦ୍ର, ୮ କୋଟି ଟଙ୍କା ବ୍ୟୟରେ ନନ୍ଦିନି ନାଳରେ ହେବାକୁ ଥିବା ବି୍ରଜର ଶିଳାନ୍ୟାସ କରିଥିଲେ । 

    ସେହିପରି ୧୫ ଲକ୍ଷ ଟଙ୍କା ବ୍ୟୟରେ ଶେରଗଡ଼ ଆଲୋକୀକରଣ ପ୍ରକଳ୍ପ, ୧୧କୋଟି ଟଙ୍କା ବ୍ୟୟରେ ଋଷିକୂଲ୍ୟା ନଦୀରେ ହେବାକୁ ଥିବା ଏକ ସେତୁ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ସହ ୨୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶେରଗଡ଼ ପଞ୍ଚାୟତ ଭବନର ଭଦଘାଟନ କରିଥିଲେ । 

    ଏହାଛଡ଼ା ମୁଖ୍ୟମନ୍ତ୍ରୀ ଶନିବାର ହିଞ୍ଜିଳି ଓ ଛତ୍ରପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । 

    ତିତଲି ବାତ୍ୟା ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ଗଞ୍ଜାମ ଜିଲ୍ଲାଗସ୍ତ । ଏହା ପୂର୍ବରୁ ସେ ବାତ୍ୟା ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବନ୍ୟାସ୍ଥିତିର ସମୀକ୍ଷା କରିଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook